କ୍ରିତି ସାନନଙ୍କ ଡ୍ରେସକୁ ନେଇ ବିବାଦ: ରକ୍ଷା ବନ୍ଧନ ବିଜ୍ଞାପନକୁ ହଟାଇଲା ଜୁଏଲାରୀ ବ୍ରାଣ୍ଡ
ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନଙ୍କୁ ନେଇ ରକ୍ଷା ବନ୍ଧନ ବିଜ୍ଞାପନକୁ ହଟାଇଛି ଜୁଏଲାରୀ ବ୍ରାଣ୍ଡ । କ୍ରିତି ସାନନଙ୍କ ଡ୍ରେସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସୋସିଆଲ ମିଡିଆରେ ୟୁଜରମାନେ ରକ୍ଷାବନ୍ଧନ ବିଜ୍ଞାପନରେ ପିନ୍ଧିଥିବା ଡ୍ରେସ ପାଇଁ କ୍ରିତି ସାନନଙ୍କୁ ଟ୍ରୋଲ୍ କରିଥିଲେ । ଯାହାକୁ ନେଇ ଜୁଏଲାରୀ ବ୍ରାଣ୍ଡ୍ ବୟାନ ଜାରି କରିଛି ।
ଜୁଏଲାରୀ ବ୍ରାଣ୍ଡ ବିବୃତ୍ତିରେ କହିଛି, ଆମେ ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ପର୍ବଗୁଡ଼ିକୁ ଗଭୀର ଭାବରେ ସମ୍ମାନ କରୁ । ଏକ ବ୍ରାଣ୍ଡ୍ ଭାବରେ, ଆମେ ସର୍ବଦା ସମଗ୍ର ପରିବାର ସହିତ ଖୁସିର ମୁହୂର୍ତ୍ତ ପାଳନ କରିବାରେ ବିଶ୍ୱାସ କରୁଛୁ । କିନ୍ତୁ ଏଥିରେ ଡ୍ରେସ ବିଷୟରେ କିଛି କୁହାଯାଇନାହିଁ । ଯଦି ଆମର ସାମ୍ପ୍ରତିକ ବିଜ୍ଞାପନ ଅଜାଣତରେ ସମାଜର କୌଣସି ବର୍ଗଙ୍କର ଭାବନାକୁ ଆଘାତ ଦେଇଛି, ତେବେ ଏହା କେବେ ଆମର ଉଦ୍ଦେଶ୍ୟ ନଥିଲା । ତେଣୁ ସମ୍ମାନର ସହିତ ଆମେ ସମସ୍ତ ମିଡିଆ ପ୍ଲାଟଫର୍ମରୁ ବିଜ୍ଞାପନଟିକୁ ହଟାଇ ଦେଇଛୁ ।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜ୍ଞାପନକୁ ନେଇ ବିବାଦରେ ଫସିଥିବା ଅଭିନେତ୍ରୀ କ୍ରିତି ସାନନଙ୍କୁ ସମର୍ଥନ କରି କରିଥିଲେ । ସେ କହିଥିଲେ ମହିଳାମାନଙ୍କୁ ସେମାନଙ୍କର ସ୍ୱାଧୀନତା ବ୍ୟବହାର କରିବା ପାଇଁ ଟାର୍ଗେଟ କରାଯିବା ଉଚିତ୍ ନୁହେଁ । ଏଥିସହ ମହିଳାଙ୍କ ସ୍ୱାଧୀନତାକୁ ନେଇ ତାଙ୍କୁ ଟ୍ରୋଲ୍ କରିବା ବନ୍ଦ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ଏକ ଜୁଏଲାରୀ ବ୍ରାଣ୍ଡ ଜିଭା ରାକ୍ଷୀ ପାଇଁ ସ୍ପେଶାଲ ଆଡ୍ ସୁଟ୍ କରିଥିଲା । ଆଡ୍ ରିଲିଜ ହେବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଥିଲା । ଅଭିନେତ୍ରୀଙ୍କ ଡ୍ରେସିଂ ସେସନ୍ସ ଏବଂ କୁକୁରକୁ ରାକ୍ଷୀ ବାନ୍ଧିବା ନେଇ ପ୍ରଶ୍ନ ଉଠାଇଥିଲେ ୟୁଜର୍ସ । ଏହି ବିଜ୍ଞାପନରେ କ୍ରିତି ଅଫ ହ୍ବାଇଟ୍ କଲରର ଡ୍ରେସ ପିନ୍ଧିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲିଂ ହୋଇଥିଲା ।