ନେପାଳରେ ଭୟଙ୍କର ବନ୍ୟା: ଯଥାସମ୍ଭବ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଆଶ୍ବାସନା ଦେଲେ ମୋଦୀ

ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହିତ କଥା ହୋଇଛନ୍ତି । ନେପାଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯଥାସମ୍ଭବ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଆଶ୍ବାସନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଲୋକ ସବୁବେଳେ ମୁସ୍କିଲ ସମୟରେ ନେପାଳରେ ଥିବା ଭାଇ ଭଉଣୀଙ୍କ ସହିତ ରହିଛନ୍ତି । ଆମ ଟିମ୍ ଉଦ୍ଧାର ଏବଂ ସହାୟତା କରିବା କାମରେ ଲାଗିଛନ୍ତି ।

ଭାରତୀୟ ନାଗରିକଙ୍କ ତ୍ୱରିତ ଉଦ୍ଧାର ଏବଂ ରିଲିଫ୍ ସୁନିଶ୍ଚିତ କରିବା ପାଇଁ ଭାରତୀୟ ଦୂତାବାସ ନେପାଳ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି । ବୁଧବାର ତିବ୍ଦତ ସୀମାନ୍ତବର୍ତ୍ତୀ ନେପାଳର ରସୁୱା ଜିଲ୍ଲାରେ ହଠାତ୍ ବନ୍ୟା ବିପର୍ଯ୍ୟସ୍ତ କରିଛି । ପ୍ରାୟ ୪ ଶହ ଜଣ ନିଖୋଜ ହୋଇଯାଇଛନ୍ତି, ଯେଉଁଥିରେ ଅତି କମରେ ୧୦୫ ଜଣ ଭାରତୀୟ ମଧ୍ୟ ରହିଛନ୍ତି । ଏବେ ଯାଏଁ ୧୬ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି । ଅତିକମରେ ୧୨ରୁ ଅଧିକ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ କ୍ଷତିଗ୍ରସ୍ତ ହୋଇଛି ।

ଭାରତୀୟ ଦୂତାବାସ ତରଫରୁ ନେପାଳରେ ଆସିଥିବା ବନ୍ୟାରେ ପ୍ରଭାବିତ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ୯୭୭୯୮୫୧୩୧୬୮୦୭ କିମ୍ବା ୯୭୭୯୭୦୯୧୦୭୫୦୦ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ନେପାଳରେ ବନ୍ୟା ଯୋଗୁଁ ବିହାର ଏବଂ ୟୁପି ସୀମାବର୍ତ୍ତୀ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ବନ୍ୟା ଯୋଗୁଁ ଗ୍ହମନ୍ତ୍ରୀ ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହିତ କଥା ହୋଇଛନ୍ତି

Leave a comment