ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ସହ ଅତିରିକ୍ତ ଖର୍ଚ୍ଚ ଚିନ୍ତା ବଢ଼ାଇପାରେ । ପରିବାରରେ ଖୁସିର ପରିବେଶ ରହିବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ । ଆପଣଙ୍କ କ୍ରୋଧ ଓ କଥାବାର୍ତ୍ତା ଉପରେ ସଂଯମ ରଖନ୍ତୁ । ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଅସୁବିଧା ହୋଇପାରେ, ତେଣୁ ନିଜ ଯତ୍ନ ନିଅନ୍ତୁ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ପୁରୁଣା କାମ ଶେଷ କରିବାରେ ସଫଳ ହେବେ ।

ବୃଷ : ଆଜି ଆପଣଙ୍କ ଦିନଟି ସାଧାରଣ ରହିବ । କ୍ୟାରିଅରକୁ ନେଇ କିଛି ଚିନ୍ତା ରହିପାରେ, କିନ୍ତୁ ପାରିବାରିକ ଦାୟିତ୍ୱ ଭଲ ଭାବେ ପୂରଣ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ଆଶା କରିବା ଭଳି ନ ମିଳିପାରେ । ନୂଆ କାମ ଆରମ୍ଭ ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । ମାନସିକ ଅସ୍ଥିରତା ଯୋଗୁଁ ଧ୍ୟାନ ଭଙ୍ଗ ହୋଇପାରେ । ନିଜ ପାଇଁ କିଛି ସମୟ ରଖନ୍ତୁ । ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତାଇଲେ ମନ ହାଲୁକା ହେବ । ଆର୍ଥିକ ଦିଗ ସ୍ଥିର ରହିବ ।

ମିଥୁନ : ଆଜି ଦିନଟି ସାଧାରଣ ରହିବ । ବ୍ୟବସାୟରେ ଭଲ ଲାଭ ମିଳିବା ସହ ଅପ୍ରତ୍ୟାଶିତ ଆର୍ଥିକ ସୁଯୋଗ ମଧ୍ୟ ଆସିପାରେ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ଯାହା ପରିବାରରେ ମତଭେଦର କାରଣ ହୋଇପାରେ । କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ । ନିକଟତମ ବନ୍ଧୁଙ୍କ ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ । ନିଜ ସ୍ୱାସ୍ଥ୍ୟକୁ ମଧ୍ୟ ଅବହେଳା କରନ୍ତୁ ନାହିଁ । କର୍ମକ୍ଷେତ୍ରରେ କାମର ଚାପ ବଢ଼ିବ । ଯୋଜନାବଦ୍ଧ ଭାବେ କାମ କଲେ ସମସ୍ତ ଦାୟିତ୍ୱ ସଫଳତାର ସହ ସମ୍ପନ୍ନ କରିପାରିବେ ।

କର୍କଟ : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟରେ ଆର୍ଥିକ ଲାଭର ସୁଯୋଗ ରହିଛି । ସାମାଜିକ କାର୍ଯ୍ୟରେ ସଫଳତା ମିଳିବା ସହ ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ । କର୍ମକ୍ଷେତ୍ରରେ ନୂଆ ପ୍ରକଳ୍ପ କିମ୍ବା ଦାୟିତ୍ୱ ମିଳିପାରେ । ଆପଣଙ୍କ ପରିଶ୍ରମକୁ ପ୍ରଶଂସା ମିଳିବ । ତେବେ ପରିବାରରେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ହୋଇପାରେ । ନିଜ ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା ଭଲ । ପରିବାରର ସମର୍ଥନ ଆପଣଙ୍କ ମନୋବଳ ବଢ଼ାଇବ ।

ସିଂହ : ଆଜି ଦିନଟି ମିଶ୍ରିତ ରହିବ । ଆର୍ଥିକ ଲାଭର ସମ୍ଭାବନା ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ଚିନ୍ତା ବଢ଼ାଇପାରେ । କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱର ସୁଯୋଗ ମିଳିପାରେ । କାମର ଚାପ ଅଧିକ ରହିବ, କିନ୍ତୁ ବନ୍ଧୁ ଓ ସହକର୍ମୀଙ୍କ ସମର୍ଥନ ମିଳିବ । ପରିବାର ସହିତ ଭଲ ସମୟ କାଟିବେ । ତେବେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଜୀବନସାଥୀ ଓ ପରିବାରର ବୟସ୍କ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଧୈର୍ଯ୍ୟ ରଖି କାମ କଲେ ଦିନଟି ଭଲରେ କଟିବ ।

କନ୍ୟା : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ । ବ୍ୟବସାୟରେ ଲାଭ ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାରରେ ଖୁସିର ପରିବେଶ ରହିବ । କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ନୂଆ ସୁଯୋଗ ମିଳିପାରେ । ସାମାଜିକ କାର୍ଯ୍ୟରେ ଆପଣଙ୍କ ଭୂମିକା ପ୍ରଶଂସିତ ହେବ । ପରିବାରରେ ଶୁଭ ଘଟଣା ଘଟିବାର ସମ୍ଭାବନା ରହିଛି । ଧାର୍ମିକ ଯାତ୍ରାର ଯୋଗ ରହିଛି । ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ, କିନ୍ତୁ ଖାଦ୍ୟପେୟରେ ସାବଧାନ ରୁହନ୍ତୁ । କ୍ରୋଧକୁ ନିୟନ୍ତ୍ରଣ କଲେ ସମ୍ପର୍କ ଆହୁରି ମଧୁର ହେବ ।

ତୁଳା : ଆଜି ଦିନଟି ଶୁଭ ରହିବ । ପରିବାରରେ ଖୁସି ଓ ସମୃଦ୍ଧି ବଢ଼ିବ । କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ଦାୟିତ୍ୱ ବୃଦ୍ଧିର ସୁଯୋଗ ରହିଛି । ନିଜ ଶକ୍ତି ଓ ଆତ୍ମବିଶ୍ୱାସରେ ଅଟକିଥିବା କାମଗୁଡ଼ିକୁ ସମାପ୍ତ କରିପାରିବେ । ଜୀବନ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ତେବେ କଥାବାର୍ତ୍ତାରେ ସଂଯମ ରଖିବା ଆବଶ୍ୟକ । ସାମାଜିକ କାର୍ଯ୍ୟରେ ଉତ୍ସାହର ସହ ଅଂଶ ନେବେ । ଖାଦ୍ୟପେୟର ଯତ୍ନ ନେଲେ ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ଓ ବନ୍ଧୁଙ୍କ ସହଯୋଗ ଆପଣଙ୍କୁ ଆଗକୁ ବଢ଼ାଇବ ।

ବିଛା : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟରେ ଲାଭ ମିଳିପାରେ ଏବଂ ଆର୍ଥିକ ନିବେଶରୁ ମଧ୍ୟ ଭଲ ଫଳ ମିଳିବାର ସମ୍ଭାବନା ଅଛି । ଅଟକିଥିବା ଆର୍ଥିକ କାମ ସମାପ୍ତ ହେବ । ମାନସିକ ଶାନ୍ତି ପାଇଁ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲଗାଇପାରନ୍ତି । ନିଜ ସ୍ୱାସ୍ଥ୍ୟରେ ସୁଧାର ଅନୁଭବ କରିବେ । ଦୈନନ୍ଦିନ ଜୀବନରେ ପାଣି ଓ ତରଳ ପଦାର୍ଥ ପର୍ଯ୍ୟାପ୍ତ ନିଅନ୍ତୁ । କାମର ଚାପ ଅଧିକ ରହିବ, ତେଣୁ ବିଶ୍ରାମକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ । ପରିବାରରୁ ମିଳୁଥିବା ସମର୍ଥନ ଆପଣଙ୍କୁ ଖୁସି ଦେବ ।

ଧନୁ : ଆଜି ଦିନଟି ମିଶ୍ରିତ ରହିବ । ଆର୍ଥିକ ଲାଭର ସୁଯୋଗ ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଯୋଗୁଁ କାମରେ ବାଧା ଆସିପାରେ, ତେଣୁ ବିଶ୍ରାମ ଓ ନିଜ ଯତ୍ନକୁ ଗୁରୁତ୍ୱ ଦିଅନ୍ତୁ । ଜୀବନଶୈଳୀରେ କିଛି ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ । ବ୍ୟବସାୟିକ ପରିସ୍ଥିତି ଆଶାଜନକ ରହିବ । ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ । ପରିବାରରେ ଆପଣଙ୍କୁ ସମର୍ଥନ ମିଳିବ । ଅତିରିକ୍ତ ଚାପ ନନେଇ ଧୈର୍ଯ୍ୟର ସହ କାମ କଲେ ଭଲ ଫଳ ପାଇବେ ।

ମକର : ଆଜି ଦିନଟି ସାଧାରଣ ରହିବ । ଆର୍ଥିକ ଲାଭର ସମ୍ଭାବନା ଥିବାବେଳେ ନୂଆ ବ୍ୟବସାୟ ଯୋଜନା ଆରମ୍ଭ କରିପାରନ୍ତି । ଭଲ ଦିନଚର୍ଯ୍ୟା ଯୋଗୁଁ ସ୍ୱାସ୍ଥ୍ୟରେ ସୁଧାର ଆସିବ । ବାହାରର ଖାଦ୍ୟ କମ୍ ଖାଇବା ଭଲ । କର୍ମକ୍ଷେତ୍ରରେ କାମ କରିବା ଶୈଳୀରେ କିଛି ପରିବର୍ତ୍ତନ ଆଣିବା ଆବଶ୍ୟକ ହୋଇପାରେ । ଘର ସାଜସଜ୍ଜାରେ ଅଧିକ ଖର୍ଚ୍ଚ ହୋଇପାରେ, ତେଣୁ ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ । ଯାତ୍ରାର ସୁଯୋଗ ମିଳିପାରେ । ପରିବାରର ସହଯୋଗ ରହିବ । ଯୋଜନାବଦ୍ଧ ଭାବେ ଚାଲିଲେ ଆର୍ଥିକ ସ୍ଥିତି ମଜବୁତ ହେବ ।

କୁମ୍ଭ : ଆଜି ଆପଣଙ୍କ ଦିନଟି ମିଶ୍ରିତ ରହିବ । ବ୍ୟବସାୟରେ ଲାଭ ମିଳିବା ସହ ସମାଜରେ ଆପଣଙ୍କ ଖ୍ୟାତି ଓ ସମ୍ମାନ ବଢ଼ିବ । ସରକାରୀ କାମରେ ସଫଳତା ମିଳିପାରେ । ତେବେ କିଛି ଲୋକଙ୍କ ଆଚରଣ ଆପଣଙ୍କୁ ନିରାଶ କରିପାରେ । ଖାଦ୍ୟପେୟ ପ୍ରତି ଅବହେଳା କରନ୍ତୁ ନାହିଁ । ପେଟ କିମ୍ବା ହଜମ ସମ୍ବନ୍ଧୀୟ ସାମାନ୍ୟ ସମସ୍ୟା ହୋଇପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ । କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ । ଧୈର୍ଯ୍ୟ ଓ ସଂଯମର ସହ କାମ କଲେ ଭଲ ଫଳ ମିଳିବ ।

ମୀନ : ଆଜି ଦିନଟି ଶୁଭ ଓ ଫଳପ୍ରଦ ରହିବ । ଆପଣଙ୍କ ବୁଦ୍ଧିମତା ଓ ଯୋଜନା ଯୋଗୁଁ ବ୍ୟବସାୟରେ ଭଲ ଲାଭ ମିଳିପାରେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି । ପରିବାର ଓ ବନ୍ଧୁଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ଯୋଜନା ଅନୁଯାୟୀ କାମ କଲେ ସଫଳତା ମିଳିବ । ପରିବାରରେ ଖୁସିର ପରିବେଶ ରହିବ । ତେବେ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ଏବଂ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ତ୍ୱରାତ୍ୱରିରେ କୌଣସି ନିଷ୍ପତ୍ତି ନନେଇ ଭଲ ଭାବେ ବିଚାର କରନ୍ତୁ ।

Leave a comment