ସୁନ୍ଦରଗଡ଼ କେ.ବଲାଙ୍ଗ ଶିଲକୁଟା ରିଜର୍ଭ ଫରେଷ୍ଟରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ

ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ ।  ସୁନ୍ଦରଗଡ଼ କେ.ବଲାଙ୍ଗ ଶିଲକୁଟା ରିଜର୍ଭ ଫରେଷ୍ଟରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।  ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଠାରୁ ସୂଚନା ପାଇ ଚଢ଼ାଉ କରାଯାଇଥିଲା ।  ମାଟିତଳୁ ୯ ଏମ୍ ଏମ୍ କାର୍ବାଇନ, IED କଣ୍ଟେନର ଓ ଡିଟୋନେଟର, ମାଗାଜିନ, ୱାକିଟକି ଭଳି ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। DVF ଏବଂ ପୋଲିସର ମିଳିତ ଟିମ୍ ଏହି ସର୍ଚ୍ଚ ଅଭିଯାନ ଚଳାଇଥିଲେ।

ଚଢ଼ଉ ସମୟରେ ଜଙ୍ଗଲ ଭିତରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ମାଓ ସାମଗ୍ରୀ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ୯ ଏମ୍.ଏମ୍. କାର୍ବାଇନ୍, ଗୋଟିଏ IED କଣ୍ଟେନର୍, ୧୫ଟି ଡେଟୋନେଟର୍, ୨ଟି ମାଗାଜିନ୍ ଜବତ କରାଯାଇଛି ।  ମାଓବାଦୀ ବ୍ୟବହାର କରୁଥିବା ୱାକି ଟକି, ୨୦ ରାଉଣ୍ଡ ଗୁଳି ସହ ଡିଜିଟାଲ୍ ମଲ୍ଟିମିଟର୍, ଚାର୍ଜର ବ୍ୟାଟେରୀ ଏବଂ ବିଭିନ୍ନ ପାଉଚ୍ ଆଦି ରହିଛି ।

Leave a comment