ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୯.୯୦୫ ବିଲିଅନ ଡଲାରର ବୃଦ୍ଧି
ଅଗଷ୍ଟ ୧୪ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୯.୯୦୫ ବିଲିଅନ ଡଲାରର ବୃଦ୍ଧି ଘଟିଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୭୧୬.୯୦ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି। ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ରେକର୍ଡ ୧୪.୧ ବିଲିଅନ ଡଲାରର ବୃଦ୍ଧି ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଫେବ୍ରୁଆରି ୨୮ରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୭୨୮ ବିଲିଅନ ଡଲାରରେ ପହଞ୍ଚିଥିଲା। କିନ୍ତୁ ଟଙ୍କାର ବିନିମୟ ମୂଲ୍ୟରେ ସ୍ଥିରତା ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଡଲାର ବିକ୍ରି କରିବା କାରଣରୁ ବିଦେଶୀ ମୁଦ୍ରା ଭଣ୍ଡାର ବେଶ୍ କିଛି ମାସ ଧରି ହ୍ରାସ ଘଟିଥିଲା। ଏବେ ସେଥିରେ ସୁଧାର ଆସିଛି।