ଏନଟିପିସି ପାଓ୍ୱାର ପ୍ଲାଣ୍ଟରେ ବିସ୍ଫୋରଣ,୫ ଜଣ ଶ୍ରମିକ ଗୁରୁତର
ଅନୁଗୋଳ କଣିହାଁ ଏନଟିପିସି ପାଓ୍ୱାର ପ୍ଲାଣ୍ଟରେ ବଡ଼ଧରଣର ଅଘଟଣ । କୋଇଲା ବଙ୍କର ଜାମ୍ ଲାଗି ପାଓ୍ୱାର ପ୍ଲାଣ୍ଟରେ ବିସ୍ଫୋରଣ । ଏହି ଭୟଙ୍କର ବିସ୍ଫୋରଣରେ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଅନୁଗୋଳ ପାଲଲହଡ଼ା ସ୍ଥିତ କଣିହାଁ ଏନଟିପିସି ପାୱାର୍ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି। କୋଇଲା ବଙ୍କର ଜାମ ଯୋଗୁଁ ବିସ୍ଫୋରଣ ହୋଇଛି । ଏହିଭୟଙ୍କର ବିସ୍ଫୋରଣରେ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩ ଜଣ ଆହତ ଶ୍ରମିକଙ୍କୁ NTPC ମେଡିକାଲରେ ଚିକିତ୍ସା କରାଯାଉଛି। ବିସ୍ଫୋରଣ ପରେ ପାୱାର ପ୍ଲାଣ୍ଟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।