ଏହି ରାଶି ପାଇଁ ଆଜି ବ୍ୟବସାୟରେ ଆର୍ଥିକ ଲାଭ ଓ ଟଙ୍କା ପାଇବାର ସୁଯୋଗ ରହିବ
ମେଷ: ଆଜି ମିଶ୍ରିତ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ଓ ଟଙ୍କା ପାଇବାର ସୁଯୋଗ ରହିବ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ପରିବାରରେ ଖୁସିର ପରିବେଶ ରହିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କଥାବାର୍ତ୍ତାରେ ସଂଯମ ଅବଲମ୍ବନ କରନ୍ତୁ । ଧାର୍ମିକ ଯାତ୍ରାର ସୁଯୋଗ ମିଳିପାରେ ।
ବୃଷ: ଦିନଟି ସାଧାରଣ ରହିବ । କ୍ୟାରିଅରକୁ ନେଇ ଚିନ୍ତା ରହିପାରେ, କିନ୍ତୁ ପାରିବାରିକ ଦାୟିତ୍ୱ ଭଲ ଭାବେ ପୂରଣ କରିବେ । ମୁଣ୍ଡବିନ୍ଧା ଭଳି ସମସ୍ୟା ହଇରାଣ କରିପାରେ । ମାନସିକ ଶାନ୍ତି ପାଇଁ ଯୋଗ ଓ ଧ୍ୟାନ କରନ୍ତୁ । ନୂଆ କାମ ଆରମ୍ଭରେ ସାବଧାନ ରୁହନ୍ତୁ ।
ମିଥୁନ: ବ୍ୟବସାୟରେ ଭଲ ଲାଭ ମିଳିପାରେ । ଅପ୍ରତ୍ୟାଶିତ ଧନଲାଭର ସମ୍ଭାବନା ରହିବ । ହେଲେ ଅନାବଶ୍ୟକ ଖର୍ଚ୍ଚ ପରିବାରରେ ମତଭେଦର କାରଣ ହୋଇପାରେ । କଥାବାର୍ତ୍ତାରେ ସଂଯମ ରଖନ୍ତୁ । କାର୍ଯ୍ୟଭାର ଅଧିକ ରହିପାରେ ।
କର୍କଟ: ଆଜି ଭଲ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ହେବାର ଯୋଗ ରହିଛି । ସାମାଜିକ କାର୍ଯ୍ୟରେ ସଫଳତା ମିଳିବ ଏବଂ ସମାଜରେ ସମ୍ମାନ ବଢ଼ିବ । କାର୍ଯ୍ୟସ୍ଥଳରେ ନୂଆ ପ୍ରକଳ୍ପ ଆରମ୍ଭ କରିପାରନ୍ତି । ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।
ସିଂହ: ଦିନଟି ମିଶ୍ରିତ ରହିବ । ଆର୍ଥିକ ଲାଭର ସୁଯୋଗ ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ଚିନ୍ତା ବଢ଼ାଇପାରେ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ବନ୍ଧୁ ଓ ସହକର୍ମୀଙ୍କ ସମର୍ଥନ ମିଳିବ । ପରିବାର ସହ ଭଲ ସମୟ କାଟନ୍ତୁ ।
କନ୍ୟା: ଆଜି ଶୁଭ ଦିନ । ବ୍ୟବସାୟରେ ଭଲ ଲାଭ ସହ ପରିବାରରେ ସୁଖ ଓ ଧନ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ସାମାଜିକ କାର୍ଯ୍ୟରେ ଉତ୍ସାହର ସହ ଅଂଶଗ୍ରହଣ କରିବେ । ସ୍ୱାସ୍ଥ୍ୟ ଭଲ ରହିବ ।
ତୁଳା: ଆଜି ଶୁଭ ଦିନ ରହିବ । ପରିବାରରେ ଖୁସି ଓ ଧନ ବୃଦ୍ଧି ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିବ । ଅଟକିଥିବା କାମ ସମାପ୍ତ କରିପାରିବେ । ଜୀବନ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । କଥାରେ ସଂଯମ ରଖନ୍ତୁ ।
ବିଛା: ଆଜି ଭଲ ଦିନ ରହିବ । ବ୍ୟବସାୟରେ ଲାଭ ଓ ଆର୍ଥିକ ନିବେଶରୁ ଭଲ ଫଳ ମିଳିପାରେ । ଆର୍ଥିକ କାର୍ଯ୍ୟ ସମାପ୍ତ ହେବ । ମାନସିକ ଶାନ୍ତି ପାଇଁ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଦିଅନ୍ତୁ । ଦିନସାରା ବ୍ୟସ୍ତ ରହିପାରନ୍ତି ।
ଧନୁ: ଆଜି ମିଶ୍ରିତ ଦିନ ରହିବ । ଆର୍ଥିକ ଲାଭର ସୁଯୋଗ ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ବଢ଼ିବ । ସ୍ୱାସ୍ଥ୍ୟ ଖରାପ ହେଲେ କାମରେ ବାଧା ଆସିପାରେ, ତେଣୁ ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ । ବ୍ୟବସାୟିକ ସ୍ଥିତି ଆଶାଜନକ ରହିବ । ଜୀବନସାଥୀଙ୍କ ସହ ସମୟ ବିତାନ୍ତୁ ।
ମକର: ଦିନଟି ସାଧାରଣ ରହିବ । ଆର୍ଥିକ ଲାଭ ସହ ନୂଆ ବ୍ୟବସାୟ ଯୋଜନା ଆରମ୍ଭ ହୋଇପାରେ । ଭଲ ଦିନଚର୍ଯ୍ୟା ଯୋଗୁଁ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ବାହାର ଖାଦ୍ୟ ଏଡ଼ାଇବା ଭଲ । ଘର ସାଜସଜ୍ଜାରେ ଖର୍ଚ୍ଚ ବଢ଼ିପାରେ । ଯାତ୍ରାର ଯୋଗ ରହିଛି ।
କୁମ୍ଭ: ଦିନଟି ମିଶ୍ରିତ ରହିବ । ବ୍ୟବସାୟ ଲାଭଦାୟକ ହେବ ଏବଂ ସମାଜରେ ମାନ-ସମ୍ମାନ ବଢ଼ିବ । ସରକାରୀ କାମରେ ସଫଳତା ମିଳିପାରେ । ଖାଦ୍ୟପେୟ ପ୍ରତି ଅବହେଳା କରନ୍ତୁ ନାହିଁ । ପାଚନ ସମସ୍ୟା ହୋଇପାରେ । ପରିବାରର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।
ମୀନ: ଆଜି ଶୁଭ ଓ ଫଳପ୍ରଦ ଦିନ ରହିବ । ବୁଝାମଣା ଓ ଯୋଜନା ଦ୍ୱାରା ବ୍ୟବସାୟରେ ଭଲ ଲାଭ ମିଳିବ । ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି । ପରିବାର ଓ ବନ୍ଧୁଙ୍କ ସମର୍ଥନ ମିଳିବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଯାତ୍ରା ଓ ଗାଡ଼ି ଚାଳନା ସମୟରେ ସାବଧାନ ରହିବା ଭଲ ।