ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରି ଗଲ୍ ଟେଷ୍ଟକୁ କବଜା କରିଛି ଭାରତ
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚକୁ ଜିତି ନେଇଛି ଗିଲ୍ ବାହିନୀ । ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରି ଗଲ୍ ଟେଷ୍ଟକୁ କବଜା କରିଛି ଭାରତ । ଏହି ବିଜୟ ସହିତ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରିଥିଲେ ।
ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦେବଦତ୍ତ ପାଡିକଲଙ୍କ ଜବରଦସ୍ତ ଶତକ ସହ କେଏଲ ରାହୁଲ ଏବଂ ରିଷଭ ପନ୍ତଙ୍କ ଇନିଂସ ବଳରେ ଦଳ ପ୍ରଥମ ଇନିଂସରେ ୪୬୨ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୮୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ସୋନାଲ ଦିନୁଶା ଶତକୀୟ ପାଳି ଖେଳିଥିଲେ । ଭାରତୀୟ ବୋଲର ମାନବ ସୁତାର ୪ଟି ଏବଂ ରବୀନ୍ଦ୍ର ଜାଡେଜା ୩ ଓ୍ୱିକେଟ୍ ନେଇଥିଲେ ।
ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନ ଖାସ୍ ନଥିଲା । ଦଳ ମାତ୍ର ୧୯୩ ରନ୍ କରିପାରିଥିଲା । ଟିମ୍ ଇଣ୍ଡିଆ ଖେଳାଳି ରିଷଭ ପନ୍ତ ସର୍ବାଧିକ ୬୬ ରନ୍ କରିଥିଲେ । ଏହାସହ ଶ୍ରୀଲଙ୍କାକୁ ବିଜୟ ପାଇଁ ୩୭୨ ରନର ଟାର୍ଗେଟ୍ ମିଳିଥିଲା । ଯାହାକୁ ପିଛା କରି ଶ୍ରୀଲଙ୍କା ଟିମ୍ ୨୦୬ ରନ୍ କରିପାରିଥିଲା । ଫଳରେ ଭାରତ ୧୬୫ ରନରେ ବିଜୟ ପାଇଛି । ଶ୍ରୀ