୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ ,ଯାତ୍ରୀ ହନ୍ତସନ୍ତ

ଅନଲାଇନ କ୍ୟାବ ଡ୍ରାଇଭରଙ୍କ ଧର୍ମଘଟର ପ୍ରଭାବ । ସେବା ଠପ୍ , ଯାତ୍ରୀ ହନ୍ତସନ୍ତ। ୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ । ଅନଲାଇନ୍ ଡ୍ରାଇଭର୍ ମଞ୍ଚ, ଅନଲାଇନ୍ ଓ ଅଫଲାଇନ୍ ଡ୍ରାଇଭର ସଂଗଠନର ମିଳିତ ସଂଗ୍ରାମ ସମିତି ପକ୍ଷରୁ ଓଲା, ଉବେର୍, ର‍ାପିଡୋ ଭଳି ଆପ୍ କମ୍ପାନୀଗୁଡ଼ିକର ଶୋଷଣ ବିରୋଧରେ କଟକ-ଭୁବନେଶ୍ୱରରେ “ଜିରୋ ସପ୍ଲାଇ” ଆନ୍ଦୋଳନ ହୋଇଛି।

ଗାଡି ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ହଇରାଣ ହୋଇଛନ୍ତି। ଧର୍ମଘଟ ଭିତରେ ଭୁବନେଶ୍ୱର ଏୟାରପୋର୍ଟ ବାହାରେ ଉତ୍ତେଜନା ଦେଖାଦେଇଛି। ଧର୍ମଘଟ ସତ୍ତ୍ୱେ କିଛି ଅନଲାନ କ୍ୟାବ ଡ୍ରାଇଭର ଗାଡ଼ି ଚଳାଚଳ କରୁଥିବାରୁ ଆନ୍ଦୋଳନକାରୀ ଏହାକୁ ବିରୋଧ କରିଥିଲେ। ଫଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଥିଲା। ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଓ ଗାଡ଼ି ଚାଳକଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲା ପୁଲିସ। 

Leave a comment