ସଂସଦର ମୌସୁମୀ ଅଧିବେଶନର ଶେଷ,ନ୍ଦେ ମାତରମ୍ ଗାନ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା

ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯାଇଛି । ବିରୋଧୀ ଏବଂ ସରକାରଙ୍କ ମଧ୍ୟରେ ଲଗାତାର ହଟ୍ଟଗୋଳ ଏବଂ ହୋହଲ୍ଲା ମଧ୍ୟରେ ଚଳିତ ଅଧିବେଶନର ଅଧିକାଂଶ ଦିନ ଧୋଇ ହୋଇଯାଇଛି । ଗୁରୁବାର ଗୃହର କାର୍ଯ୍ୟ ସକାଳ୧୧ଟାକୁ ଆରମ୍ଭ ହୋଇଥିଲା । ବାଚସ୍ପତି ଆସନରେ ବସିବା ପରେ ସଦସ୍ୟଙ୍କୁ ବନ୍ଦେ ମାତରମର ସମ୍ମାନରେ ଠିଆ ହେବାକୁ କହିଥିଲେ । ବନ୍ଦେ ମାତରମ୍ ଗାନ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା ।

ଏହି ସମୟରେ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ଦଳର ପ୍ରମୁଖ ନେତା ଉପସ୍ଥିତ ଥିଲେ । ଅନ୍ୟ ଦିଗରେ ରାଜ୍ୟସଭାରେ ଗୃହକାର୍ଯ୍ୟ ଜାରି ରହିଛି ।

Leave a comment