ଓଡ଼ିଶାରରେ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର

ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨ )

ଆଉ ଜୟଦେବ ବିହାରରୁ ନନ୍ଦନକାନନ ଯିବାକୁ ରାସ୍ତାରେ ଅସୁବିଧା ହେବନାହିଁ | ନିର୍ମାଣ ହେବ ୧୨ କିଲୋମିଟର ଲମ୍ବ ଅତ୍ୟାଧୁନିକ ଫ୍ଲାଏଓଭର । ଜୟଦେବ ବିହାରରୁ ଚଢ଼ିଲେ ସିଧା ଓହ୍ଲାଇବେ ନନ୍ଦନକାନନ ସାମ୍ନାରେ । ଟ୍ରାଫିକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ | ନାଲ୍‌କୋ ଛକ, ଡମଣା, ପଟିଆ, କିଟ୍‌ ଛକ ଓ ରଘୁନାଥପୁର ରାସ୍ତାରେ ଫ୍ଲାଏଓଭରରୁ ଓହ୍ଳାଇବା ପାଇଁ ସୁବିଧା ରହିବା ସହିତ ଚଢ଼ିବି ପାରିବେ ଲୋକେ ।

ଏହି ଫ୍ଲାଏଓଭର ହେବ ଓଡ଼ିଶାର ସବୁଠାରୁ ଦୀର୍ଘତମ ଫ୍ଲାଏଓଭର । ପୂରା ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ଫ୍ଲାଏଓଭର ନିର୍ମାଣ ହେବ । ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ ଟେନସନରୁ ମୁକ୍ତି ପାଇଁ ଏମିତି ମେଗା ଯୋଜନା ପ୍ରସ୍ତୁତ ହେଉଛି । ଏଥିପାଇଁ  ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଥିବା ବେଳେ ଲାଗି ପଡ଼ିଛନ୍ତି ପୂର୍ତ୍ତ ବିଭାଗ ଟିମ୍‌ ।  ଜୟଦେବବିହାର-ନନ୍ଦନକାନନ ରୁଟରେ  ରାସ୍ତାରେ ଅସମ୍ଭାଳ ଟ୍ରାଫିକ ଜାମ୍‌ ରହିଥାଏ ସବୁବେଳେ । କଟକ-ଭୁବନେଶ୍ୱର ଯୋଡ଼ି ହେଉଥିବାବେଳେ ଏ ସମସ୍ୟା ବେଳକୁ ବେଳ ବଢ଼ିଚାଲିଛି । ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଅନେକ ଯୋଜନା ହୋଇଥିଲେ ମଧ୍ୟ ସମାଧାନର ସୂତ୍ର ନ ବାହାରିବାରୁ କିଛି ଆଗେଇପାରି ନଥିଲା ।

ଏବେ ପୂର୍ତ୍ତ ବିଭାଗ ଏ ରାସ୍ତା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ୪ରୁ ୬ ଥାକିଆ ଫ୍ଲାଏଓଭର ନିର୍ମାଣ କରିବା ପାଇଁ ବିଚାର ବିମର୍ଷ ଚାଲିଛି । କଟକରୁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର-କଟକ ଅଭିମୁଖେ ଯାଉଥିବା ଲୋକେ ଆଉ କଳିଙ୍ଗ ହସ୍ପିଟାଲ ଛକ, ଚନ୍ଦ୍ରଶେଖରପୁର, ଡମଣା, ପଟିଆ, କିଟ ଛକ, ରଘୁନାଥପୁର କିମ୍ବା ନନ୍ଦନକାନନ ଟ୍ରାଫିକରେ ଆଉ ଫସିବେନି । ଯେଉଁ ୧୨ କିମି ରାସ୍ତା ପାର୍‌ ହେବାକୁ ପିକ୍‌ ସମୟରେ ୪୫ ମିନିଟରୁ ୧ ଘଣ୍ଟା ଲାଗୁଛି, ତାହା ମାତ୍ର ୧୫ ମିନିଟରେ ଅତିକ୍ରମ କରିହେବ । ପ୍ରସ୍ତାବିତ ଫ୍ଲାଏଓଭରକୁ ଉଠିବା କିମ୍ବା ଫ୍ଲାଏଓଭରରୁ ଓହ୍ଳାଇବା ପାଇଁ ବିଭିନ୍ନ ଛକ ପାଖରେ ବ୍ୟବସ୍ଥା ରହିବ । ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ଜୟଦେବବିହାର-ନନ୍ଦନକାନନ ବର୍ତ୍ତମାନ ସମୟର ସବୁଠୁ ବଡ଼ ଚାଲେଞ୍ଜ । ଏ ରାସ୍ତାରୁ ଟ୍ରାଫିକ ଭିଡ଼ କମାଇବା ପାଇଁ ମେଗା ଯୋଜନା କରାଯାଉଛି । ଏଥିପାଇଁ ଫ୍ଲାଏଓଭର ନିର୍ମାଣ ଲାଗି ଏକ ପ୍ରସ୍ତାବ ରହିଛି । ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରାଯାଉଛି । ପୂର୍ବରୁ ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟକୁ ବି ବିଶେଷଜ୍ଞ ଟିମ୍‌ ତର୍ଜମା ଚଳାଇଛନ୍ତି । ଏ ନେଇ କିଛି ଚୂଡ଼ାନ୍ତ ହୋଇନାହିଁ । ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମଧ୍ୟ ସରକାରଙ୍କ ନିକଟରେ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ପୂର୍ତ୍ତ ବିଭାଗ ଟିମ୍‌ ସହ ବୈଠକ କରିଛନ୍ତି । ଏହି ବୈଠକରେ ଜୟଦେବବିହାର-ନନ୍ଦନକାନନକୁ ଫ୍ଲାଏଓଭର ନିର୍ମାଣ ନେଇ ଆଲୋଚନା ହୋଇଛି । କଳିଙ୍ଗ ହସ୍ପିଟାଲ ଓ ଡମଣା ଛକରେ ପ୍ରସ୍ତାବିତ ଫ୍ଲାଏଓଭର ନିର୍ମାଣ ନେଇ ପୂର୍ବରୁ ଥିବା ଯୋଜନା ବାବଦରେ ବି ଆଲୋଚନା ହୋଇଛି । ତେବେ ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ ସମସ୍ୟା ଦୂର ପାଇଁ ସରକାର ଖୁବଶୀଘ୍ର ବଡ଼ ପଦକ୍ଷେପ ନେବେ ବୋଲି ବିଧାୟକ ଆଶା ବ୍ୟକ୍ତ କରିଛନ୍ତି ।ଆଉ ଜୟଦେବ ବିହାରରୁ ନନ୍ଦନକାନନ ଯିବାକୁ ରାସ୍ତାରେ ଅସୁବିଧା ହେବନାହିଁ | ନିର୍ମାଣ ହେବ ୧୨ କିଲୋମିଟର ଲମ୍ବ ଅତ୍ୟାଧୁନିକ ଫ୍ଲାଏଓଭର । ଜୟଦେବ ବିହାରରୁ ଚଢ଼ିଲେ ସିଧା ଓହ୍ଲାଇବେ ନନ୍ଦନକାନନ ସାମ୍ନାରେ । ଟ୍ରାଫିକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ | ନାଲ୍‌କୋ ଛକ, ଡମଣା, ପଟିଆ, କିଟ୍‌ ଛକ ଓ ରଘୁନାଥପୁର ରାସ୍ତାରେ ଫ୍ଲାଏଓଭରରୁ ଓହ୍ଳାଇବା ପାଇଁ ସୁବିଧା ରହିବା ସହିତ ଚଢ଼ିବି ପାରିବେ ଲୋକେ । ଏହି ଫ୍ଲାଏଓଭର ହେବ ଓଡ଼ିଶାର ସବୁଠାରୁ ଦୀର୍ଘତମ ଫ୍ଲାଏଓଭର । ପୂରା ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ଫ୍ଲାଏଓଭର ନିର୍ମାଣ ହେବ । ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ ଟେନସନରୁ ମୁକ୍ତି ପାଇଁ ଏମିତି ମେଗା ଯୋଜନା ପ୍ରସ୍ତୁତ ହେଉଛି । ଏଥିପାଇଁ  ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଥିବା ବେଳେ ଲାଗି ପଡ଼ିଛନ୍ତି ପୂର୍ତ୍ତ ବିଭାଗ ଟିମ୍‌ ।  ଜୟଦେବବିହାର-ନନ୍ଦନକାନନ ରୁଟରେ  ରାସ୍ତାରେ ଅସମ୍ଭାଳ ଟ୍ରାଫିକ ଜାମ୍‌ ରହିଥାଏ ସବୁବେଳେ । କଟକ-ଭୁବନେଶ୍ୱର ଯୋଡ଼ି ହେଉଥିବାବେଳେ ଏ ସମସ୍ୟା ବେଳକୁ ବେଳ ବଢ଼ିଚାଲିଛି । ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଅନେକ ଯୋଜନା ହୋଇଥିଲେ ମଧ୍ୟ ସମାଧାନର ସୂତ୍ର ନ ବାହାରିବାରୁ କିଛି ଆଗେଇପାରି ନଥିଲା । ଏବେ ପୂର୍ତ୍ତ ବିଭାଗ ଏ ରାସ୍ତା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ୪ରୁ ୬ ଥାକିଆ ଫ୍ଲାଏଓଭର ନିର୍ମାଣ କରିବା ପାଇଁ ବିଚାର ବିମର୍ଷ ଚାଲିଛି । କଟକରୁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର-କଟକ ଅଭିମୁଖେ ଯାଉଥିବା ଲୋକେ ଆଉ କଳିଙ୍ଗ ହସ୍ପିଟାଲ ଛକ, ଚନ୍ଦ୍ରଶେଖରପୁର, ଡମଣା, ପଟିଆ, କିଟ ଛକ, ରଘୁନାଥପୁର କିମ୍ବା ନନ୍ଦନକାନନ ଟ୍ରାଫିକରେ ଆଉ ଫସିବେନି । ଯେଉଁ ୧୨ କିମି ରାସ୍ତା ପାର୍‌ ହେବାକୁ ପିକ୍‌ ସମୟରେ ୪୫ ମିନିଟରୁ ୧ ଘଣ୍ଟା ଲାଗୁଛି, ତାହା ମାତ୍ର ୧୫ ମିନିଟରେ ଅତିକ୍ରମ କରିହେବ । ପ୍ରସ୍ତାବିତ ଫ୍ଲାଏଓଭରକୁ ଉଠିବା କିମ୍ବା ଫ୍ଲାଏଓଭରରୁ ଓହ୍ଳାଇବା ପାଇଁ ବିଭିନ୍ନ ଛକ ପାଖରେ ବ୍ୟବସ୍ଥା ରହିବ । ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ଜୟଦେବବିହାର-ନନ୍ଦନକାନନ ବର୍ତ୍ତମାନ ସମୟର ସବୁଠୁ ବଡ଼ ଚାଲେଞ୍ଜ । ଏ ରାସ୍ତାରୁ ଟ୍ରାଫିକ ଭିଡ଼ କମାଇବା ପାଇଁ ମେଗା ଯୋଜନା କରାଯାଉଛି । ଏଥିପାଇଁ ଫ୍ଲାଏଓଭର ନିର୍ମାଣ ଲାଗି ଏକ ପ୍ରସ୍ତାବ ରହିଛି । ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରାଯାଉଛି । ପୂର୍ବରୁ ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟକୁ ବି ବିଶେଷଜ୍ଞ ଟିମ୍‌ ତର୍ଜମା ଚଳାଇଛନ୍ତି । ଏ ନେଇ କିଛି ଚୂଡ଼ାନ୍ତ ହୋଇନାହିଁ । ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମଧ୍ୟ ସରକାରଙ୍କ ନିକଟରେ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ପୂର୍ତ୍ତ ବିଭାଗ ଟିମ୍‌ ସହ ବୈଠକ କରିଛନ୍ତି । ଏହି ବୈଠକରେ ଜୟଦେବବିହାର-ନନ୍ଦନକାନନକୁ ଫ୍ଲାଏଓଭର ନିର୍ମାଣ ନେଇ ଆଲୋଚନା ହୋଇଛି । କଳିଙ୍ଗ ହସ୍ପିଟାଲ ଓ ଡମଣା ଛକରେ ପ୍ରସ୍ତାବିତ ଫ୍ଲାଏଓଭର ନିର୍ମାଣ ନେଇ ପୂର୍ବରୁ ଥିବା ଯୋଜନା ବାବଦରେ ବି ଆଲୋଚନା ହୋଇଛି । ତେବେ ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ ସମସ୍ୟା ଦୂର ପାଇଁ ସରକାର ଖୁବଶୀଘ୍ର ବଡ଼ ପଦକ୍ଷେପ ନେବେ ବୋଲି ବିଧାୟକ ଆଶା ବ୍ୟକ୍ତ କରିଛନ୍ତି ।