HP ଭାରତରେ OmniPad 12 ଟ୍ୟାବଲେଟର ବିକ୍ରି ଆରମ୍ଭ କରିଛି, ଜାଣନ୍ତୁ ଫିଚର୍ସ
HP ଭାରତରେ OmniPad 12 ଟ୍ୟାବଲେଟର ବିକ୍ରି ଆରମ୍ଭ କରିଛି । କମ୍ପାନୀ କିଛି ସମୟ ପୂର୍ବରୁ ଏହି ଟ୍ୟାବଲେଟକୁ ଲଞ୍ଚ କରିଥିଲା । ଏହା Android ପ୍ଲାଟଫର୍ମରେ କାମ କରେ ଏବଂ ଏହାକୁ ଲ୍ୟାପଟପ୍ ଭଳି ମଧ୍ୟ ବ୍ୟବହାର କରିହେବ । HP ର ଏହି ଟ୍ୟାବଲେଟରେ Qualcomm ର ପାୱାରଫୁଲ୍ ଚିପସେଟ୍, ବଡ଼ ବ୍ୟାଟେରି ସହ ଅନେକ ମର୍ଡନ ଫିଚର୍ସ ରହିଛି । ଏହା ସହ କମ୍ପାନୀ ଏକ ଡିଟାଚେବଲ୍ କିବୋର୍ଡ ମଧ୍ୟ ଦେଉଛି । HP ତାହାର OmniBook ଲ୍ୟାପଟପ୍ ସିରିଜ୍ ପାଇଁ ପରିଚିତ । OmniPad 12 ହେଉଛି HP ର ଏମିତି ଏକ ଟ୍ୟାବଲେଟ୍, ଯାହାକୁ ଲ୍ୟାପଟପ୍ ଭଳି ବ୍ୟବହାର କରାଯାଇପାରିବ।
HP OmniPad 12 ର ଫିଚର୍ସ:
HP OmniPad 12 ରେ ୧୨ ଇଞ୍ଚର 2K ରେଜୋଲୁସନ୍ ଡିସ୍ପ୍ଲେ ଦିଆଯାଇଛି । ଏହାର ପିକ୍ ବ୍ରାଇଟନେସ୍ 400 ନିଟ୍ସ ପର୍ଯ୍ୟନ୍ତ ଏବଂ ଏହା 90Hz ରିଫ୍ରେଶ୍ ରେଟ୍ କୁ ସପୋର୍ଟ କରେ । ଟ୍ୟାବଲେଟର ଚାରିପାଖରେ ପତଳା ବେଜେଲ୍ ଦିଆଯାଇଛି । ଏହି ଟ୍ୟାବଲେଟରେ Qualcomm Snapdragon SM6475Q ଚିପସେଟ୍ ଦିଆଯାଇଛି । ଏହା ସହ କ୍ୱାଲକମର ଇଣ୍ଟିଗ୍ରେଟେଡ୍ ଚିପସେଟ୍ ମିଳିଥାଏ, ଯାହା 6-କୋର ପ୍ରୋସେସର୍ କୁ ସପୋର୍ଟ କରେ । ଏଥିରେ 8GB RAM ଏବଂ 128GB ଇଣ୍ଟର୍ନାଲ୍ ଷ୍ଟୋରେଜ୍ ରହିଛି । ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ଏହାର ଷ୍ଟୋରେଜକୁ 1TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ ।
ଏହି ଟ୍ୟାବଲେଟ୍ Android 16 ଅପରେଟିଂ ସିଷ୍ଟମ୍ରେ ଚାଲେ । ଏହାକୁ 2-ଇନ୍-1 ବ୍ୟବହାର ପାଇଁ ଡିଜାଇନ୍ କରାଯାଇଛି । କମ୍ପାନୀ ଏହା ସହ ଏକ ଡିଟାଚେବଲ୍ କିବୋର୍ଡ ଦେଉଛି, ଯାହା ଦ୍ୱାରା ଏହାକୁ ଲ୍ୟାପଟପ୍ ଭଳି ବ୍ୟବହାର କରିହେବ। ଭିଡିଓ କଲିଂ ପାଇଁ ଏଥିରେ 8MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । କନେକ୍ଟିଭିଟି ପାଇଁ USB Type-C ପୋର୍ଟ ମିଳିଛି । କମ୍ପାନୀ ଏହା ସହ 33W ଫାଷ୍ଟ ଚାର୍ଜିଂ ସପୋର୍ଟ ଦେଇଛି । ଟ୍ୟାବଲେଟରେ 31Wh ବ୍ୟାଟେରି ରହିଛି । କମ୍ପାନୀର ଦାବି ଅନୁଯାୟୀ, ଏହି ଟ୍ୟାବଲେଟ୍ ମାତ୍ର ୯୦ ମିନିଟ୍ରେ 90% ପର୍ଯ୍ୟନ୍ତ ଚାର୍ଜ ହୋଇଯାଏ ।
HP OmniPad 12 ର ଦାମ :
ଭାରତରେ HP OmniPad 12 ର ପ୍ରାରମ୍ଭିକ ମୂଲ୍ୟ ୪୮,୯୯୯ ଟଙ୍କା ରଖାଯାଇଛି । କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଅନ୍ୟ ଭାରିଆଣ୍ଟ ବିଷୟରେ କୌଣସି ଘୋଷଣା କରିନା ହିଁ। ଏବେ ଏହା 8GB RAM + 128GB ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । ଏଥିରେ LPDDR5-3200 MT/s ଅନବୋର୍ଡ RAM ସହ UFS ଷ୍ଟୋରେଜ୍ ମିଳିଛି । ଏହି ଟ୍ୟାବଲେଟକୁ Denim Blue ଏବଂ Meteor Silver ଦୁଇଟି କଲର ଅପ୍ସନରେ କିଣିପାରିବେ ।
ଏହା HP ର ଅନଲାଇନ୍ ଏବଂ ଅଫଲାଇନ୍ ଷ୍ଟୋର୍ ସହିତ Amazon, Flipkart, Reliance Digital, Croma ଏବଂ Vijay Sales ରେ ମଧ୍ୟ ଉପଲବ୍ଧ । ଏହାକୁ କିଣିବା ବେଳେ ୫,୦୦୦ ପର୍ଯ୍ୟନ୍ତ ବ୍ୟାଙ୍କ ଡିସ୍କାଉଣ୍ଟ ମିଳୁଛି । ଏହି ଅଫର୍ 20 ଅଗଷ୍ଟ ପର୍ଯ୍ୟନ୍ତ ଭାଲିଡ୍ ରହିବ । ଏହା ସହ ୯୬,୦୦୦ ପର୍ଯ୍ୟନ୍ତ ମୂଲ୍ୟର AI ଏଜେଣ୍ଟ ସବ୍ସକ୍ରିପ୍ସନ୍ ମଧ୍ୟ ଦିଆଯାଉଛି । ଏଥିସହ ଯଦି ଆପଣ ଏକ ବେଷ୍ଟ ଟାବଲେଟ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଟାବଲେଟଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।