ଲଗାଣ ବର୍ଷାରେ ବେହାଲ ଭୁବନେଶ୍ବର , ଜଳମଗ୍ନ ସ୍ଥିତି ଯୋଗୁଁ ଦାରୁଠେଙ୍ଗରେ ନାହିଁ ନଥିବା ସମ଼ସ୍ୟା

ଭାସିଲା ରାଜଧାନୀ ଉପକଣ୍ଠ । ଲଗାଣ ବର୍ଷାରେ ବେହାଲ ଭୁବନେଶ୍ବର । ଜଳମଗ୍ନ ସ୍ଥିତି ଯୋଗୁଁ ଦାରୁଠେଙ୍ଗରେ ନାହିଁ ନଥିବା ସମ଼ସ୍ୟା । ଅଳସୁଆ ନିକଟରେ ପାଣି ଘେରରେ ଫସିଲେ ଏକାଧିକ ପରିବାର । ଚାହୁଁ ଚାହୁଁ ହଠାତ୍ ବୃଦ୍ଧି ହେଲା ଜଳସ୍ତର । ୧୫ରୁ ଅଧିକ ପରିବାର ସମେତ ଜଳବନ୍ଦୀ ଲୋକଙ୍କୁ ଅଗ୍ନିଶମ ବାହିନୀ ରେସକ୍ୟୁ କରିଥିଲା । ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଚଳାଇଛି ରେସକ୍ୟୁ ଅପରେସନ। ଦାରୁଠେଙ୍ଗ ଅଳସୁଆ ରାସ୍ତା ଜଳମଗ୍ନ । ଅଳସୁଆ ଠାରେ ରାସ୍ତା ଉପରେ ୫ ଫୁଟର ବର୍ଷା ପାଣି ଚାଲିବା ଫଳରେ ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଛି । ଅନେକ ଘର ମଧ୍ୟ ଜଳମଗ୍ନ ହୋଇଯାଇଛି । ଫଳରେ ଅନେକ ପରିବାର ଜଳବନ୍ଦୀ ହେଇ ରହିଛନ୍ତି। ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଲାଇଫ ଜ୍ୟାକେଟ ଏବଂ ବୋଟ ସାହାଯ୍ୟରେ ଘର ପାଖକୁ ଯାଇ ଲୋକଙ୍କୁ ଉଦ୍ଧାର କରିଛନ୍ତି । ୧୭ ଜଣଙ୍କୁ ଉଦ୍ଧାର କରିଛି ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ । ଉଦ୍ଧାରଙ୍କ ମଧ୍ୟରେ ୩ ଜଣ ଶିଶୁ, ଜଣେ ବୃଦ୍ଧା, ୧୧ ମହିଳା ଏବଂ ୨ ପୁରୁଷ । ସମସ୍ତଙ୍କୁ ଅଗ୍ନିଶମ ବାହିନୀ ଘର ଭିତରୁ ହାତରେ ଉଠାଇ ଆଣି ବୋଟ ସାହାଯ୍ୟରେ କୂଳକୁ ଆଣିଥିଲେ । ଅଗ୍ନିଶମ ବାହିନୀ ଅଧିକାରୀ ବିପ୍ଳବ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଞ୍ଚି ଏହି ଉଦ୍ଧାର କାର୍ଯ୍ୟ କରିଥିଲେ । କିଛିଦିନ ଧରି ଲଗାଣ ବର୍ଷାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଡେରାସ ଓ ଝୁମୁକା ଡ୍ୟାମରୁ ଆସୁଥିବା ପାଣି କେନାଲ ଦେଇ ଦାରୁଠେଙ୍ଗ ନିକଟରେ ମିଶିଛି।

Leave a comment