ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ । ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ନୀତିନ ନବୀନଙ୍କୁ ଭେଟିଛନ୍ତି ମନମୋହନ । ସୌଜନ୍ୟମୂଳକ ସାକ୍ଷାତରେ ବିଭିନ୍ନ ସାଙ୍ଗଠନିକ ଏବଂ ସମସାମୟିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିବା ନେଇ ମନମୋହନ ସୂଚନା ଦେଇଛନ୍ତି । ଓଡ଼ିଶାରେ ସଂଗଠନକୁ ଆହୁରି ସୁଦୃଢ଼ କରିବା, କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ଭୂମିକା, ଜନସେବାମୂଳକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମତବିନିମୟ କରିଛନ୍ତି ଉଭୟ ନେତା । ନୀତିନ ନବୀନଙ୍କ ମାର୍ଗଦର୍ଶନ ଓ ମୂଲ୍ୟବାନ ପରାମର୍ଶ ଆଗାମୀ ଦିନରେ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାରେ ନିଶ୍ଚିତ ଭାବେ ପ୍ରେରଣାଦାୟକ ହେବ ବୋଲି ମନମୋହନ କହିଛନ୍ତି।
Trending
- ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ
- ଭୁବନେଶ୍ୱରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,୧୩ ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ଦେବେ ଯୋଗ
- ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା,ପ୍ରଥମ ଝଟକା ରିକ୍ଟର ସ୍କେଲରେ ୫.୧ ତୀବ୍ରତା ବିଶିଷ୍ଟ ଥିବାବେଳେ ଦ୍ୱିତୀୟଟିର ତୀବ୍ରତା ୩.୫
- ଭୁବନେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ,୧୦୭ ମିମି ବର୍ଷା ରେକର୍ଡ
- ସରିଲା ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ,ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବା ପରେ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି
- ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି
- ଗିରଫ ହେବା ପରେ ପ୍ରାୟ ୪ ଘଣ୍ଟା ପରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ମୁକ୍ତ ହେଲେ ଷ୍ଟାଲିନ
- ଗଞ୍ଜାମ ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,ପ୍ରଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ କଲେଜ ଛାତ୍ରୀ ଓ ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି
- ଆଜି ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଟ୍ରେନ ଯାତ୍ରା , ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତରେ ଆଜି ଦ୍ୱିତୀୟ ଦିନ
- ଯୁବପିଢିଙ୍କୁ ବଡ଼ ବାର୍ତ୍ତା ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ବିକଶିତ ଓଡ଼ିଶା, ବିକଶିତ ଭାରତ ପାଇଁ ଦକ୍ଷ ଯୁବଶକ୍ତି ଆବଶ୍ୟକ