ଭୁବନେଶ୍ୱରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,୧୩ ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ଦେବେ ଯୋଗ

୧୩ ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ କହିଛନ୍ତି ଯେ, BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ମଞ୍ଚ। ସମ୍ମିଳନୀରେ ଚାରିଟି ଦେଶର ପ୍ରତିନିଧି ପ୍ରତ୍ୟକ୍ଷ ଭାବେ ଏବଂ ତିନିଟି ଦେଶର ପ୍ରତିନିଧି ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଉଛନ୍ତି।ଭାରତ ସରକାର ଏହି ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ କରୁଛନ୍ତି ଏବଂ ଏଥିରେ ଶିକ୍ଷା କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ।

Leave a comment