Vivo ସାତ ବର୍ଷ ପରେ ଭାରତୀୟ ବଜାରରେ ଏହାର ଦ୍ୱିତୀୟ S-ସିରିଜ୍ ଫୋନ୍ ଲଞ୍ଚ କରିଛି

Vivo ସାତ ବର୍ଷ ପରେ ଭାରତୀୟ ବଜାରରେ ଏହାର ଦ୍ୱିତୀୟ S-ସିରିଜ୍ ଫୋନ୍ ଲଞ୍ଚ କରିଛି । Vivo S2 ନାମରେ ନାମିତ ଏହି ଫୋନ୍‌ରେ ୩୨MP କ୍ୟାମେରା ଏବଂ ୭୦୫୦mAh ବ୍ୟାଟେରୀ ସୁବିଧା ରହିଛି । ଯାହା ମିଡ୍ ବଜେଟ୍ ପ୍ରାଇସରେ ପ୍ରଚଳନ କରାଯାଇଛି । କମ୍ପାନୀ ଖୁବ୍‌ଶୀଘ୍ର ଭାରତରେ ଏହି ସିରିଜ୍‌ର ଆଉ ଏକ ଫୋନ୍ ଲଞ୍ଚ କରିବ । Vivo S2 5G ଏବେ ଇ-କମର୍ସ ୱେବସାଇଟ୍ Flipkart ରେ ପ୍ରି-ଅର୍ଡର ପାଇଁ ଉପଲବ୍ଧ ହୋଇଛି ।

ଫିଚର୍ସ: ଏହି Vivo ଫୋନଟିକୁ ଏକ ପ୍ରିମିୟମ୍ ଡିଜାଇନରେ ଲଞ୍ଚ ହୋଇଛି । ଏହି ଫୋନରେ 1.5K ରିଜୋଲ୍ୟୁସନ୍ ସହିତ ଏକ ବଡ଼ 6.83ଇଞ୍ଚ 3D କର୍ଭଡ୍ AMOLED ଡିସପ୍ଲେ ସୁବିଧା ପ୍ରଦାନ କରାଯାଇଛି । ଯାହା 120Hz ରିଫ୍ରେସ୍ ରେଟ୍ ଏବଂ 3000 nits ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ମଧ୍ୟ ସପୋର୍ଟ କରିଥାଏ । ଏହି ସ୍ମାର୍ଟଫୋନ୍ MediaTek Dimensity ୭୩୬୦ Turbo ଚିପସେଟ୍ ଦ୍ୱାରା ପରିଚାଳିତ । ଯେଉଁଥିରେ 8GB RAM ଏବଂ 256GB ପର୍ଯ୍ୟନ୍ତ ଷ୍ଟୋରେଜ ସଫୋର୍ଟ ମିଳିଥାଏ ।

କମ୍ପାନୀ Vivo S2 ସ୍ମାର୍ଟଫୋନରେ ଡୁଆଲ୍ କ୍ୟାମେରା ସେଟଅପ୍ ପ୍ରଦାନ କରିଛି । ଯେଉଁଥିରେ 50MP ମେନ୍ କ୍ୟାମେରା ଏବଂ 2MP ବୋକେ କ୍ୟାମେରାର ସୁବିଧା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ 32MP ଫ୍ରଣ୍ଟ କ୍ୟାମେରା ଉପଲବ୍ଧ । ଏହି ଫୋନ୍ Android 16 ଉପରେ ବେସ୍ଡ Origin OS 6 ରେ ଚାଲିଥାଏ । ଏହା IP68 ଏବଂ IP69 ରେଟେଡର । ଏହା ୱାଟର ପ୍ରୁଫ୍ ହୋଇଥାଏ । ଯାହା ପାଣିରେ ଭିଜି ଖରାପ ହେବାରୁ ରୋକିଥାଏ । ଏଥିରେ ୭୦୫୦mAh ବ୍ୟାଟେରୀ ପ୍ୟାକ୍ ସହିତ 44W ଫାଷ୍ଟ ଚାର୍ଜିଂ ଭଳି ଫିଚର୍ସ ସୁବିଧା ରହିଛି । କମ୍ପାନୀ ବାଇପାସ୍ ଚାର୍ଜିଂ ଫିଚର୍ସ ମଧ୍ୟ ଏଥିରେ ସାମିଲ କରିଛି ।

ପ୍ରାଇସ୍: Vivo S2 ଭାରତରେ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଯାହା ୮GB RAM + ୧୨୮GB ଏବଂ ୮GB RAM + ୨୫୬GBରେ ଉପଲବ୍ଧ । ଏହାର ପ୍ରାରମ୍ଭିକ ମୂଲ୍ୟ ୩୯,୯୯୯ଟଙ୍କା ଥିବାବେଳେ ଏହାର ଟପ୍ ଭାରିଆଣ୍ଟର ପ୍ରାଇସ୍ ୪୪,୯୯୯ଟଙ୍କା ରହିଛି । ୮GB RAM + ୧୨୮GB ର ପ୍ରାଇସ୍ ୩୯,୯୯୯ ଟଙ୍କା ଓ ୮ GB RAM + ୨୫୬GBର ପ୍ରାଇସ୍ ୪୪,୯୯୯ ଟଙ୍କାରେ ଉପଲବ୍ଧ । ଏହି Vivo ଫୋନ୍ ତିନୋଟି କଲର ଅପ୍ସନ ସିଲ୍କ ହ୍ୱାଇଟ୍, ସାଫିୟର୍ ବ୍ଲୁ ଏବଂ ରିଗାଲ୍ ବ୍ରୋଞ୍ଜ ରେ ଉପଲବ୍ଧ । କମ୍ପାନୀ ଏହାକୁ ଭାରତରେ ପ୍ରି-ବୁକିଂ ପାଇଁ ଉପଲବ୍ଧ କରିଛି । ଫୋନ କିଣିବା ଉପରେ ୨୦୦୦ଟଙ୍କାର ବ୍ୟାଙ୍କ ଡିସକାଉଣ୍ଟ ପ୍ରଦାନ କରାଯାଉଛି ।

Leave a comment