୨ୟ ଟେଷ୍ଟ ଜିତି ଶୃଙ୍ଖଳା ଡ୍ର ରଖିଲା ପାକିସ୍ତାନ,୩ ବର୍ଷ ପରେ ବିଦେଶମାଟିରେ ଏହା ପାକିସ୍ତାନର ପ୍ରଥମ ଟେଷ୍ଟମ୍ୟାଚ୍‌ ବିଜୟ

ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟେଷ୍ଟମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିବାରେ ସଫଳ ହୋଇଛି ପାକିସ୍ତାନ। ଫଳରେ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ୧-୧ରେ ଡ୍ର ରହିଛି। ପ୍ରଥମ ଇନିଂସରେ ୪୩ ରନ୍‌ ପଛ​‌େ​ର ରହିଥିବା ୱେଷ୍ଟଇଣ୍ଡିଜ୍‌ ୨ୟ ଇନିଂସରେ ପାକିସ୍ତାନ ସ୍ପିନରଙ୍କ ସମ୍ମୁଖୀନ ହୋଇନପାରି ମାତ୍ର ୧୧୭ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଫଳରେ ପାକିସ୍ତାନକୁ ୨ୟ ଇନିଂସରେ ମାତ୍ର ୭୫ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ୨ ୱିକେଟ୍‌ ହରାଇ ପାକିସ୍ତାନ ଜିତି ନେଇଥିଲା। ୩ ବର୍ଷ ପରେ ବିଦେଶମାଟିରେ ଏହା ପାକିସ୍ତାନର ପ୍ରଥମ ଟେଷ୍ଟମ୍ୟାଚ୍‌ ବିଜୟ।
ୱେଷ୍ଟଇଣ୍ଡିଜ୍‌ର ବାମହାତି ସ୍ପିନର ଜୋମେଲ ୱାରିକାନ୍ ପ୍ରଥମ ଇନିଂସରେ ୬ଟି ୱିକେଟ୍‌ ନେବାରୁ ପାକିସ୍ତାନର ଲିଡ୍‌ ୪୩ ରନ୍‌ରେ ସୀମିତ ରହିଥିଲା। ତେବେ ୱେଷ୍ଟଇଣ୍ଡିଜ୍‌ ୨ୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୧୭ ରନ୍‌ କରିଥିଲା। କାଭେମ୍ ହଜ୍‌ ସର୍ବାଧିକ ୩୪ ରନ୍‌ କରିଥିଲେ। ତ୍ୟାଗନାରାୟଣ ଚନ୍ଦ୍ରପଲ ଓ ଅଧିନାୟକ ରୋଷ୍ଟନ ଚେଜ୍‌ ୧୭ ରନ୍‌ ଲେଖାଏଁ ଏବଂ ସୈ ହୋପ୍‌ ୧୫ ରନ୍‌ କରିଥିଲେ। ଅଫ୍‌ସ୍ପିନର ସାଜିଦ୍ ଖାଁ ଓ ବାମହାତି ସ୍ପିନର ଅଲୀ ଉସ୍‌ମାନ ୪ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ପାକିସ୍ତାନ ୨ୟ ଇନିଂସରେ ୭୫ ରନ୍‌ର ପିଛା କରିଥିବା ବେଳେ ଇମାମ୍‌ ଉଲ୍‌ ହକ୍ ୯ ଓ ଆଜମ୍ ଆୱେସ୍‌ ୧୮ ରନ୍‌କରି ଆଉଟ୍‌ ହୋଇଥିଲେ। ଅବ୍‌ଦୁଲ୍ଲା ସଫିକ୍‌ ଓ ଅଧିନାୟକ ବାବର ଆଜମ୍‌ ୨୪ ରନ୍‌ ଲେଖାଏଁ କରି ଅପରାଜିତ ଥିଲେ। ଆଉଟ୍‌ ନ ହୋଇ ମୋଟ ୧୮୪ ରନ୍‌ କରିଥିବା ଅବ୍‌ଦୁଲ୍ଲା ସଫିକ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ମୋଟ ୧୯୩ ରନ୍‌ କରିଥିବା ବାବର ଆଜମ୍‌ ପ୍ଲେୟର ଅଫ୍‌ ଦି ସିରିଜ୍‌ ହୋଇଥିଲେ।

Leave a comment