ଭୁବନେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ,୧୦୭ ମିମି ବର୍ଷା ରେକର୍ଡ

୩ ଦିନ ହେଲାଣି ଗରମ ଓ ଗୁଳୁଗୁଳି। ରାତିରେ ଶୋଇବା ମୁସ୍କିଲ। ସମସ୍ତେ ଅପେକ୍ଷା ଥିଲା- କେବେ ହେବ ବର୍ଷା। ବୁଧବାର ରାତି ଅଧରେ ଘୋଟାଇ ଆସିଲା କଳା ବାଦଲ। ଆରମ୍ଭ ହୋଇଗଲା ପ୍ରଚଣ୍ଡ ବଜ୍ରପାତ ସହ ପ୍ରବଳ ବର୍ଷା। ଘଡ଼ଘଡ଼ିର ଆବାଦ ପୂରା ଘଣ୍ଟାଏ ଯାଏ ରହିଲା। ରାତି ତମାମ ବର୍ଷିଲା। ସକାଳ ଉଠିଲା ବେଳକୁ ଅଧା ରାଜଧାନୀରେ ଜଳବନ୍ଦୀ ସ୍ଥିତି।

ବୁଧାବାର ରାତିଠାରୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଲଗାତାର ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବାବେଳେ ଜନଜୀବନ ପ୍ରଭାବିତ ହୋଇଛି। ଭୁବନେଶ୍ୱରରେ ୧୦୭ ମିମି ବର୍ଷା ରେକର୍ଡ କରାଯାଇଛି। ଆଇଟିଇଆର୍ ଏବଂ କିଟ୍ ଅଞ୍ଚଳର ପାଣିପାଗ ରିପୋର୍ଟ ସାମ୍ନାକୁ ଆସିଛି।

ମଧୁସୂଦନ ନଗର ଅଞ୍ଚଳରେ ବର୍ଷାର ପରିମାଣ ସବୁଠୁ ଅଧିକ ରହିଛି। ITER ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ 78.0 mm ପ୍ରବଳ ବର୍ଷା ରେକର୍ଡ ହୋଇଛି। KIIT ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୩୭.୪ ମିମି ବର୍ଷା ହୋଇଛି। ଅର୍ଥାତ୍ KIIT ଅଞ୍ଚଳ ତୁଳନାରେ ITER ଅଞ୍ଚଳରେ ପ୍ରାୟ ଦୁଇଗୁଣରୁ ଅଧିକ ବର୍ଷା ହୋଇଛି। ବର୍ଷା ପ୍ରଭାବରେ ତାପମାତ୍ରା 25°Cକୁ ଖସିଆସିଥିବାବେଳେ ବାୟୁମଣ୍ଡଳରେ ଆର୍ଦ୍ରତା 98% ରହିଛି।ପାଣିପାଗ ଆକଳନ ଅନୁଯାୟୀ ଆଜି ଆହୁରି ୫୦ ମିମି ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ସମ୍ଭାବନା ୯୫% ରହିଛି। ଶୁକ୍ରବାର ଦିନ ମଧ୍ୟ ୩୬.୮ ମିମି ବର୍ଷା ହେବାର ଆଶଙ୍କା ରହିଛି।

Leave a comment