ସରିଲା ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ,ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବା ପରେ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି
ସରିଲା ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ । ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବା ପରେ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଫେରିଛନ୍ତି । ଗତକାଲି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟସ୍ଥ ମା’ କାନ୍ଧୁଣୀ ଦେବୀ ପୀଠ ପରିଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି । ଏହା ପରେ ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ର ଯାପନ କରିଥିଲେ। ଆଜି ଭୋରରୁ ଆର୍ମି ଏଡି କଲେଜରୁ ଚାଲି ଚାଲି ବ୍ରହ୍ମପୁରର ବାବା ଧବଳେଶ୍ଵର ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିରରେ ପହଞ୍ଚି ପୂଜକଙ୍କ ଦ୍ବାରା ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଆଜି ବ୍ରହ୍ମପୁରରୁ ସ୍ପେଶାଲ୍ ଟ୍ରେନ୍ ରେ ଭୁବନେଶ୍ୱର ଫେରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଠାରେ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସ୍ମାରକୀ ପ୍ରଦାନ କରିଥିଲେ ।