ଦକ୍ଷିଣ ଭାରତ ସମେତ ଅନ୍ୟ ଅଞ୍ଚଳରେ ପଡ଼ିବନି ଏଲ ନିନୋର ପ୍ରଭାବ,ବର୍ଷା ସ୍ଥିତିରେ ଆସିବ ସୁଧାର
ଏଲ ନିନୋ ପ୍ରଭାବରେ ମୌସୁମୀ ସ୍ୱଭାବିକରୁ କମ୍ ବର୍ଷିବା ଆଶଙ୍କା ଲାଗି ରହିଥିବା ବେଳେ ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନ (ଡବ୍ଲୁଏମଓ)ଙ୍କ ସଦ୍ୟତମ ରିପୋର୍ଟରୁ ସାମାନ୍ୟ ଆଶ୍ୱସ୍ତିର ଆଶା କରାଯାଉଛି। ଡବ୍ଲୁଏମଓଙ୍କ ରିପୋର୍ଟରେ ହିନ୍ଦ ମହାସାଗରରେ ପଜେଟିଭ ଇଣ୍ଡିଆନ ଓସନ ଡାଇପୋଲ (ଆଇଓଡି) ବିକଶିତ ହେବାର ଆକଳନ କରାଯାଇଛି, ଯାହାଦ୍ୱାରା ଏଲ-ନିନୋର ପ୍ରଭାବ ଅନେକାଂଶରେ ହ୍ରାସ ପାଇବ ବୋଲି କୁହାଯାଇଛି। ଏଣୁ ଦକ୍ଷିଣ ଭାରତ ସମେତ ଅନ୍ୟ ଅଞ୍ଚଳରେ ମଧ୍ୟ ବର୍ଷା ସ୍ଥିତିରେ ସୁଧାର ଦେଖିବାକୁ ମିଳିପାରେ ବୋଲି କୁହାଯାଇଛି।
ଏଲ-ନିନୋ ପୂର୍ବ ଓ ମଧ୍ୟ ଉଷ୍ଣ କଟିବନ୍ଧିୟ ପ୍ରଶାନ୍ତ ମହାସାଗର ପୃଷ୍ଠର ଜଳ ଉଷ୍ମ ହେବାର ଏକ ଜଳବାୟୁ ପାଟର୍ଣ୍ଣ (ପ୍ରବୃତ୍ତି), ଯାହା ଭାରତରେ ଦୁର୍ବଳ ମୌସୁମୀ ଓ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ସମ୍ପର୍କିତ। ତେବେ ଆଇଓଡିର ସମ୍ପର୍କ ଉଷ୍ଣ କଟିବନ୍ଧିୟ ହିନ୍ଦ ମହାସାଗରର ପଶ୍ଚିମ ଓ ପୂର୍ବ ଭାଗରେ ସମୁଦ୍ର ପୃଷ୍ଠର ତାପମାନରେ ଅନ୍ତର ସହ ରହିଛି। ଏହା ମୌସୁମୀ ପବନକୁ ମଜଭୁତ କରିବାରେ ସହାୟକ ହୋଇଥାଏ। ଏଣୁ ବର୍ଷାର ସମ୍ଭାବନା ବଢି ଯାଏ। ହେଲେ ଏବେ ଭାରତ ମହାସାଗରରେ ଆଇଓଡି ବିକଶିତ ହେଉଛି। ଏଣୁ ହିନ୍ଦ ମହାସାଗର ପ୍ୟାଟର୍ଣ୍ଣ ସ୍ୱଭାବିକ ହୋଇଯିବ। ଏଣୁ ଆଗକୁ ଉତ୍ତମ ମୌସୁମୀ ବର୍ଷା ଆଶାକୁ ବଳବତ୍ତ କରିଛି। ଏଣୁ ଦେଶରେ ଅଗକୁ ବର୍ଷା ସମ୍ଭାବନା ବଢି ଯାଇଛି।
ହେଲେ ଏବେ ଆଇଓଡି ବିକଶିତ ହେଉଛି, ଏଣୁ ହିନ୍ଦ ମହାସାଗର ପ୍ୟାଟର୍ଣ୍ଣ ସ୍ୱଭାବିକ ରହିବ। ଫଳରେ ଚଳିତବର୍ଷ ମୌସୁମୀରେ ଭାରତ ସ୍ୱଭାବିକ ବର୍ଷା ପାଇବା ନିଶ୍ଚିତ ହୋଇଯାଇଛି। ଯଦି ଡବ୍ଲୁଏମଓଙ୍କ ପୂର୍ବାନୁମାନ ସତ୍ୟ ପ୍ରମାଣିତ ହୁଏ ତେବେ ସାଉଥ୍ ପେନିନସୁଲାର ଭାରତର ସେହି ସବୁ କ୍ଷେତ୍ର ଯେଉଁଠି ୧ ଅଗଷ୍ଟ ପର୍ଯ୍ୟନ୍ତ ବର୍ଷାରେ ୨୨% ପର୍ଯ୍ୟନ୍ତ ଅଭାବ ରେକର୍ଡ କରାଯାଇଛି ସେହିସବୁ କ୍ଷେତ୍ରରେ ବର୍ଷା ସୁଧାର ଆଶିବାର ଆଶା କରାଯାଉଛି। କେତେକ ଅନ୍ତର୍ଜାତୀୟ ମୌସୁମୀ ପୂର୍ବାନୁମାନ କେନ୍ଦ୍ରଙ୍କ ପାଣିପାଗ ଆକଳନର ଉଦାହରଣ ଦେଇ ଏହା ମଧ୍ୟ କୁହାଯାଇଛି ଯେ ସେପ୍ଟେମ୍ବର ମାସ ବେଳକୁ ସକରାତ୍ମକ ଆଇଓଡି ସ୍ଥିତି ବିକଶିତ ହେବାର ସମ୍ଭାବନା ରହିଛି। ଏଣୁ ଏ ବର୍ଷ ଦ୍ୱିତୀୟ ମୌସୁମୀ ମଧ୍ୟ ଦେଶକୁ ଉତ୍ତମ ବର୍ଷା ଦେବ।
ତେବେ ପାଣିପାଗ ବୈଜ୍ଞାନିକଙ୍କ ନଜର ଏବେ ହିନ୍ଦ ମହାସାଗରରେ ବିକଶିତ ହେଉଥିବା ଇଣ୍ଡିଆନ ଓସନ ଡାଇପୋଲ ଉପରେ ରହିଛି, ଯାହା ଏବେ ନ୍ୟୁଟ୍ରଲ ଅଛି। ତେବେ ସେପ୍ଟେମ୍ବରରେ ଏହା ପଜେଟିଭ ହୋଇପାରେ । ଯଦି ଏପରି ହୁଏ ତେବେ ଏଲ-ନିନୋ ଯୋଗୁ ପ୍ରଭାବିତ ହୋଇଥିବା ମୌସୁମୀକୁ ନୂଆ ବଳ ମିଳିବ। ଆଇଓଡି ପଜେଟିଭ ହେଲେ ହିନ୍ଦ ମହାସାଗର ପଟୁ ଭାରତକୁ ଅଧିକ ଆର୍ଦ୍ଦ ବାୟୁ ପ୍ରବାହୀତ ହୁଏ। ଫଳରେ ମୌସୁମୀକୁ ଅତିରିକ୍ତ ବଳ ମିଳିବା ସହ ଏଲ-ନିନୋର ନକରାତ୍ମକ ପ୍ରଭାବକୁ ଅନେକାଂଶରେ କମ କରିବ।