ନାଇଡୁ ରିପୋର୍ଟ ଫାଇଲକୁ ନେଇ ବଡ଼ ପଦକ୍ଷେପ,ନାଇଡୁ କମିସନ ଫାଇଲ ଖୋଜିବ କ୍ରାଇମବ୍ରାଞ୍ଚ
ନାଇଡୁ କମିସନ ଫାଇଲ ଖୋଜିବ କ୍ରାଇମବ୍ରାଞ୍ଚ । ନାଇଡୁ ରିପୋର୍ଟ ଫାଇଲକୁ ନେଇ ବଡ଼ ପଦକ୍ଷେପ। କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା ସମ୍ପର୍କିତ ନାଇଡୁ କମିଶନ ରିପୋର୍ଟର ଫାଇଲ୍ ନିଖୋଜ ମାମଲାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ନାଇଡୁ କମିଶନଙ୍କ ରିପୋର୍ଟ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ କେଉଁ ପରିସ୍ଥିତିରେ ନିଖୋଜ ହେଲା, ଏହା ପଛରେ କାହାର ଦାୟିତ୍ୱ ରହିଛି ଏବଂ ଫାଇଲ୍ ଟିର ସନ୍ଧାନ ମିଳିପାରିବ କି ନାହିଁ—ଏସବୁ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବ।