ଦ୍ବିତୀୟ ରାଜ୍ୟ କନିଷ୍ଠ ଭାରୋତ୍ତୋଳନ ଚମ୍ପିଆନସିପ : ମଞ୍ଜିତା, ଅନୁଭବଙ୍କୁ ସ୍ବର୍ଣ୍ଣ

କଳିଙ୍ଗ ଷ୍ଟାଡ଼ିୟମସ୍ଥ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ଚାଲିଥିବା ଦ୍ବିତୀୟ ରାଜ୍ୟ କନିଷ୍ଠ ୧୨ ଓ ୧୪ ବର୍ଷରୁ କମ୍‌ ବାଳକ ଓ ବାଳିକା ଭାରୋତ୍ତୋଳନ ଚମ୍ପିଆନସିପର ରବିବାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ଏଥିରେ ୧୨ ବର୍ଷରୁ କମ୍‌ ବାଳିକା ୪୫ କିଗ୍ରା ବର୍ଗରେ ଦେବାଂଶୀ ପ୍ରିୟଦର୍ଶିନୀ ସ୍ବର୍ଣ୍ଣ, ସମ୍ପର୍ଣ୍ଣା ନାୟକ ରୌପ୍ୟ ଓ ଶ୍ରୁତି ସୁଚିତ୍ରା କାଂସ୍ୟ,୧୪ ବର୍ଷରୁ କମ୍‌ ବର୍ଗରେ ମୋମି କାବାସି ସ୍ବର୍ଣ୍ଣ, ସ୍ନେହାରାଣୀ ସେଠୀ ରୌପ୍ୟ ଓ ମେଘା ପଟ୍ଟନାୟକ କାଂସ୍ୟ, ୧୨ ବର୍ଷରୁ କମ୍‌ ବାଳିକା ୪୯ କିଗ୍ରା ବର୍ଗରେ ତପସ୍ବନି ସିଂହ ସ୍ବର୍ଣ୍ଣ,ସୌମ୍ୟାସାଗର ସାହୁ ରୌପ୍ୟ ଓ ସାହିନସ୍ଥୁତା ଗମାଙ୍ଗୋ କାଂସ୍ୟ, ୧୪ ବର୍ଷରୁ କମ୍‌ ବର୍ଗରେ ମଞ୍ଜିତା କାଲାର ସ୍ବର୍ଣ୍ଣ, ଶୁଭଶ୍ରୀ ମହନ୍ତ ରୌପ୍ୟ ଓ ହରପ୍ରିୟା ନାୟକ କାଂସ୍ୟ, ୧୨ ବର୍ଷରୁ କମ୍‌ ବାଳକ ୫୦ କିଗ୍ରାରେ ଗଗନଦୀପ ମହନ୍ତ ସ୍ବର୍ଣ୍ଣ, ୱିଲିୟମ ରାଇକା ରୌପ୍ୟ ଓ ସେକ୍‌ ମହମ୍ମଦ ହାସନୈନ ରାଜା କାଂସ୍ୟ,୧୨ ବର୍ଷରୁ କମ ବାଳକ ୫୫ କିଗ୍ରାରେ ଆଦିତ୍ୟ କୁମାର ମଲ୍ଲିକ ସ୍ବର୍ଣ୍ଣ, ଭୂପତି ବେହେରା ରୌପ୍ୟ, ୧୪ ବର୍ଷରୁ କମ୍‌ ବାଳକ ୬୦ କିଗ୍ରାରେ ଅନୁଭବ ରଣା ସ୍ବର୍ଣ୍ଣ, ପ୍ରଶାନ୍ତ ଶାନ୍ତା ରୌପ୍ୟ ଓ କାହ୍ନା ବେହେରା କାଂସ୍ୟ ପଦକ ଜିତିଛନ୍ତି।

Leave a comment