କକରୋଚ୍ ଜନତା ପାର୍ଟି ପରେ ଇ୨୦ ଜନତା ପାର୍ଟି ମୁଣ୍ଡ ଟେକିଛି, ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ମିଳିବା ଦାବି ନେଇ ଆନ୍ଦୋଳନ ଓ୍ବହ୍ଲାଇବ

ନିଟ୍ ପେପର୍ ଲିକ୍ ମାମଲାରେ କକ୍ରୋଚ୍ ଜନତା ପାର୍ଟିର ଦାବି ପୂରଣ ହୋଇଛି । ସେମାନେ ଆନ୍ଦୋଳନରୁ ହଟିଛନ୍ତି । ଜନ୍ତରମନ୍ତରରେ ଚାଲିଥିବା ଧାରଣା ଶେଷ ହୋଇଛି । ତେବେ ଶିକ୍ଷାବ୍ୟବସ୍ଥାକୁ ନେଇ ହଠାତ କକରୋଚ୍ ପାର୍ଟିର ଆବିର୍ଭାବ ହୋଇଥିଲା । ଏବେ ସମାନ ଢଙ୍ଗରେ ଆଉ ଏକ ଦଳ ମୁଣ୍ଡ ଟେକିଛି । ଯାହା ହେଲା ଇ୨୦ ଜନତା ପାର୍ଟି ।

କକରୋଚ୍ ଜନତା ପାର୍ଟି ପରେ ଏବେ ଇ୨୦ ଜନତା ପାର୍ଟି ମୁଣ୍ଡ ଟେକିଛି । ସେମାନେ ଧାରଣା ଦେବାକୁ ଯାଉଛନ୍ତି । ଜନତାଙ୍କୁ କିପରି ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ମିଳିବ ସେଦିଗରେ ଏହି ଆନ୍ଦୋଳନ କରାଯିବ ବୋଲି ନୂଆ ପାର୍ଟି କହିଛି । ଏହାସହ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଇସ୍ତଫା ମଧ୍ୟ ଦାବି କରାଯାଇଛି ।

ସବୁଠାରୁ ବଡ କଥା ହେଉଛି ଯେ, ଏହି ଆନ୍ଦୋଳନକୁ ଦିଲ୍ଲୀର ଟାକ୍ସି ଏବଂ ଟୁରିଷ୍ଟ୍ ଟ୍ରାନ୍ସପୋର୍ଟର୍ସ ଏବଂ ଟୁର୍ ଅପରେଟର ଆସୋସିଏସନ ସମର୍ଥନ ଦେଇଛି । ସେମାନେ ପାର୍ଲିଆମେଣ୍ଟ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ତେବେ ଅଗଷ୍ଟ ୪ ତାରିଖରେ ମୋର୍ଚ୍ଚା ସଂସଦ ଅଭିମୁଖେ ବାହାରିବ ।

ଆସୋସିଏସନର କହିବାନୁସାରେ, ଭାରତ ସରକାରଙ୍କ ଇଥାନଲ ବ୍ଲେଣ୍ଡିଂ ପଲିସି ପାଇଁ ମାଇଲେଜ୍ କମ୍ ଦେଖାଉଛି । ଏପରିକି ଇଞ୍ଜିନ୍ ଖରାପ ହେଉଛି । ପୁରୁଣା ଗାଡିଗୁଡିକ ନୂଆ ପେଟ୍ରୋଲ ପାଇଁ ଖରାପ ହେବାକୁ ବସିଲାଣି । ଅନ୍ୟ ଦିଗରେ ଇ୨୦ ଜନତା ପାର୍ଟିର ଲୋକପ୍ରିୟତା ଧିରେ ଧିରେ ବୃଦ୍ଧି ପାଉଛି । ସୋସିଆଲ ମିଡିଆ ପ୍ଲାଟଫର୍ମ୍ ଏକ୍ସରେ ଏହାର ୨୫ ହଜାର ଫଲୋଅର୍ସ ଯୋଡ଼ି ହୋଇ ରହିଛନ୍ତି । ଏହି ଗ୍ରୁପ୍ କୌଣସି ସବସିଡି, ମାଗଣା ତେଲ ଦାବି କରୁନି । ବରଂ ବାଇକ ଚାଳକଙ୍କୁ ଶୁଦ୍ଧ ପେଟ୍ରୋଲରର ବିକଳ୍ପ ମିଳୁ ବୋଲି ପାର୍ଟି ଦାବି କରୁଛି ।

ଆହୁରି ମଧ୍ୟ ପାର୍ଟି କହିଛି ଯେ, ବିଭିନ୍ନ ତେଲ ଟାଙ୍କିରେ କେଉଁ ତେଲ ପକାଯାଉଛି, ଏହାର ଅପକାରିତା ଏବଂ ଉପକାରିତାର ତଥ୍ୟ ରହିବା ଆବଶ୍ୟକ । ତେବେ ନୂଆ କରି ଏହି ଜେନ୍-ଜି ପାର୍ଟିର ଦାବି ସରକାର କେତେ ଶୁଣିବେ ଏବଂ ଏହା କେତେ ଉତିକତ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Leave a comment