ଇଣ୍ଡିଆନ୍ ଆଇଡଲର ୧୬ ସିଜିନ ଶୋର ଗ୍ରାଣ୍ଡ ଫିନାଲେରୁ ବାଦ ପଡ଼ିଲେ ବିଶାଲ୍ ଦଦଲାନି, ଜାଣନ୍ତୁ କାରଣ
ସୋନି ଟିଭିର ଲୋକପ୍ରିୟ ସିଂଗିଂ ଶୋ ରିଆଲିଟି ଶୋ ‘‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୬’’ର ଯାତ୍ରା ଏବେ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି । ମାସ ମାସ ଧରି ସ୍ବର ଯୁଦ୍ଧ ଓ ପ୍ରତିଯୋଗିତା ପରେ ଏବେ ୬ ଜଣ ଫାଇନାଲିଷ୍ଟଙ୍କୁ ପାଇଛି ଇଣ୍ଡିଆନ୍ ଆଇଡଲ ଶୋ । ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୬ ତାରିଖରେ ଏହାର ସମାବେଶ ସହିତ ଶେଷ ହେବାକୁ ଯାଉଛି । ୟାଦୋଁ କି ପ୍ଲେଲିଷ୍ଟ ଆଧାରିତ ଥିମ୍ ସହିତ ଏହି ସିଜିନର ଶୋର ସମାପ୍ତ ହେବ । ଯେଉଁଥିରେ ୬ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ଜଣେ ଇଣ୍ଡିଆନ୍ ଆଇଡଲ ଟ୍ରଫି ଜିତିବେ ।
ସେପଟେ ବିଶାଲ ଦୀର୍ଘ ଦିନ ଧରି ବିବାଦରେ ଫସି ରହିଥିବା ଖବର ଏବେ ଜୋର ଧରିଛି । ଫଳରେ ଇଣ୍ଡିଆନ୍ ଆଇଡଲର ୧୬ ସିଜିନ ଶୋର ଗ୍ରାଣ୍ଡ ଫିନାଲେରେ ବିଶାଲ୍ ଦଦଲାନିଙ୍କୁ ଦେଖିବାକୁ ମିଳିବ ନାହିଁ । ଶୋ’ର ଫାଇନାଲ ସମୟରେ ସେ ସାମିଲ ନ ହୋଇପାରୁଥିବାରୁ ସେ ଦୁଃଖ ପ୍ରକାଶ କରିବା ସହ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ଶୋର ୬ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଅଂଶିକା ଚୋଙ୍କାର, ଜ୍ୟୋତିର୍ମୟୀ ନାୟକ, ମନରାଜ ବୀର ସିଂହ, ମାଇସ୍ମେ ବୋସୁ, ସୁହେଲ ସୁଫି ଏବଂ ତନିଷ୍କ ଶୁକ୍ଲା ସାମିଲ ଅଛନ୍ତି । ପ୍ରତ୍ୟେକ ସିଜିନରେ ଆଦିତ୍ୟ ନାରାୟଣ ହୋଷ୍ଟ କରୁଥିବାବେଳେ ଏହି ଗ୍ରାଣ୍ଡ ଫିନାଲେରେ ଅନେକ ଚର୍ଚ୍ଚିତ ଅତିଥି ସାମିଲ ହେବେ ।
ଏହା ବ୍ୟତୀତ ଉଷା ଉଥୁପ୍, ଉଦିତ ନାରାୟଣ, ପାପୋନ୍, କୁମାର ସାନୁ, ଶେହନାଜ ଗିଲ୍ ଏବଂ ଉର୍ମିଲା ମାତୋଣ୍ଡକର ମଧ୍ୟ ଶ୍ରେୟା ଘୋଷାଲ ଏବଂ ବାଦଶାହଙ୍କ ସହିତ ସାମିଲ ହୋଇ ଏହି ସିଜିନକୁ ଆହୁରି ଆକର୍ଷିତ କରିବେ । ଜୁଲାଇ ୨୬ ତାରିଖ ଦିନ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ହେବ ଏବଂ ସୋନିଲାଇଭ୍ରେ ମଧ୍ୟ ଷ୍ଟ୍ରିମ୍ ହେବ ।