ବିଶ୍ବ ଟେଷ୍ଟ ଚାମ୍ପିଅନସିପ ୨୦୨୭ ଫାଇନାଲ ପାଇଁ ତାରିଖ ଏବଂ ସ୍ଥାନକୁ ନେଇ ମୋହର ମାରିଛି ଆଇସିସି

ବିଶ୍ବ ଟେଷ୍ଟ ଚାମ୍ପିଅନସିପ ୨୦୨୭ ଫାଇନାଲ ପାଇଁ ତାରିଖ ଏବଂ ସ୍ଥାନକୁ ନେଇ ମୋହର ମାରିଛି ଆଇସିସି । ଫାଇନାଲ ମ୍ୟାଚ୍ ଆସନ୍ତାବର୍ଷ ଲଣ୍ଡନ ସ୍ଥିତ ଦ ଓଭାଲ ମଇଦାନରେ ଖେଳାଯିବ । ଏହାପୂର୍ବରୁ ୨୦୨୩ରେ ଫାଇନାଲ ଓଭାଲରେ ଖେଳା ଯାଇଥିଲା । ସେତେବେଳେ ଅଷ୍ଟ୍ରେଲିଆ ନିଜ ନାମରେ ଟାଇଟଲ ହାସଲ କରିଥିଲା । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଜୁନ ୯ରୁ ଜୁନ୍ ୧୩ ଯାଏଁ ଖେଳାଯିବ ।

ଗତବର୍ଷ ଆଇସିସି ସ୍ପଷ୍ଟ କରିଥିଲା କି, ଆଗାମୀ ୩ଟି WTC ଫାଇନାଲ ଇଂଲଣ୍ଡରେ ଖେଳାଯିବ । ଏହାର ଅର୍ଥ ୨୦୨୭, ୨୦୨୯ ଏବଂ ୨୦୩୧ ଫାଇନାଲ ଇଂଲଣ୍ଡରେ ଖେଳା ଯିବ । ଏହାପୂର୍ବରୁ ୩ଟି ଫାଇନାଲ ମ୍ୟାଚ୍ ଇଂଲଣ୍ଡ ଆୟୋଜନ କରିଥିଲା ।

ଦ ଓଭାଲ ଐତିହାସିକ ମଇଦାନରେ ଶେଷ ଥର ପାଇଁ WTC ଫାଇନାଲ ଖେଳା ଯାଇଥିଲା, ତାହା ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହୋଇଥିଲା । ଅଷ୍ଟ୍ରେଲିଆ ସେହି ମ୍ୟାଚରେ ୨୦୯ ସ୍କୋର ବ୍ୟବଧାନରେ ଜିତିଥିଲା । ଏହାପରେ ଭାରତ ୨୦୨୧ ଏବଂ ୨୦୨୩ରେ ଲଗାତାର ଦୁଇଥର WTC ଫାଇନାଲରେ ପରାଜୟ ପାଇଛି ।

ତେବେ WTC ୨୦୨୭ ଫାଇନାଲରେ କୌଣସି ଟିମ୍ ପରସ୍ପର ସହିତ ଟକ୍କର ଦେବେ ତାହା ଏଯାଏଁ ନିଷ୍ପତ୍ତି ହୋଇନାହିଁ । WTC ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି । ତେଣୁ କଙ୍ଗାରୁ ଟିମ୍ WTC ଫାଇନାଲ ଖେଳିବ ତାହା ଅଧିକ ଆଶା ରହିଛି । ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ କ୍ରମାଗତ ଦ୍ବିତୀୟ ଏବଂ ୩ୟ ସ୍ଥାନରେ ରହିଛନ୍ତି । ଭାରତ, ବାଂଲାଦେଶ ଏବଂ ପାକିସ୍ତାନ ସମେତ ଅନ୍ୟ କେତେକ ଟିମ୍ ଫାଇନାଲରେ ଖେଳିବାକୁ ବହୁତ କଷ୍ଟ କରିବାକୁ ହେବ । ୨୦୨୧ ଏବଂ ୨୦୨୩ରେ ଫାଇନାଲ ଖେଳିଥିବା ଟିମ୍ ଇଣ୍ଡିଆ ସ୍ଥିତି ବେଶ୍ ଚିନ୍ତାଜନକ ରହିଛି । ଭାରତ ଏବେ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ।

Leave a comment