ଛାତ୍ର ବିକ୍ଷୋଭ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବଡ଼ ବୟାନ,ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ଉଚିତ
ଛାତ୍ର ବିକ୍ଷୋଭ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବଡ଼ ବୟାନ। ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ନେଇ ବହୁ ବିରୋଧୀ ଦଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଦିଲ୍ଲୀରେ ଘଟିଥିବା ଘଟଣା ଅତ୍ୟନ୍ତ ଗମ୍ଭୀର । ଅନେକ ଛାତ୍ରଙ୍କ ଉପରେ ହିଂସାତ୍ମକ ଆକ୍ରମଣ ହୋଇଛି । ଏହା ଅତ୍ୟନ୍ତ ଗମ୍ଭୀର ମାମଲା ବୋଲି କହିଛନ୍ତି ବିଜେଡି ସଭାପତି।