Tecno ଭାରତୀୟ ବଜାରରେ Tecno Camon 50 Ultra 5G ଲଞ୍ଚ କଲା , ଆସନ୍ତୁ ଜାଣିବା ଫିଚର୍ସ
Tecno ଭାରତୀୟ ବଜାରରେ Tecno Camon 50 Ultra 5G ଲଞ୍ଚ କରିଛି । କମ୍ପାନୀ ଏହି ଫୋନ୍ରେ ୫୦MPର ଟ୍ରିପଲ୍ କ୍ୟାମେରା ସେଟ୍ ଅପ୍ ଏବଂ ୬୫୦୦mAh ବ୍ୟାଟେରୀ ସମେତ MediaTek Dimensity 7000 ସିରିଜ୍ ଚିପସେଟ୍ ରହିଛି ।
ଫିଚର୍ସ : Tecno ର ଏହି ଫୋନରେ ୬.୭୮ ଇଞ୍ଚ ଓ ୧.୫K କର୍ଭଡ୍ AMOLED ଡିସପ୍ଲେ ରହିଛି । ଏହି ଫୋନଟି 144Hz ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । ଡିସପ୍ଲେ ପ୍ରୋଟେକ୍ଟସନ୍ ପାଇଁ କମ୍ପାନୀ Corning Gorilla Glass 7i ପ୍ରଦାନ କରିଛି । ଫୋନଟିରେ ମିଳିଟ୍ରି ଗ୍ରେଡ୍ MIL-STD-810H ସାର୍ଟିଫିକେସନ୍ ରହିଛି । ଏହି ସ୍ମାର୍ଟଫୋନ୍ IP66, IP68, IP69, ଏବଂ IP69K ରେଟିଂ ସହିତ ଆସିଥାଏ ବୋଲି କମ୍ପାନୀ ଦାବି କରିଛି । ଏହା ୱାଟର ପ୍ରୁଫ୍ ଭଳି କାମ କରିଥାଏ । ଯାହା ପାଣିରେ ପଡ଼ିବା ସତ୍ତ୍ବେ ମଧ୍ୟ ଖରାପ ହୋଇନଥାଏ ।
Tecno Camon 50 Ultra MediaTek Dimensity ୭୪୦୦ Ultimate ଚିପସେଟ୍ ଦ୍ୱାରା ପରିଚାଳିତ । ଏହି ଫୋନଟିରେ 12GB RAM ଏବଂ 256GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ ରହିଛି । ଏହା ବ୍ୟତୀତ ଏହି ଫୋନ୍ ୬୫୦୦mAh ବ୍ୟାଟେରୀ ଏବଂ 45W ୱାୟର୍ଡ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ଯଦି କନେକ୍ଟିଭିଟି କଥା କୁହାଯାଏ ତେବେ ଏହି ଫୋନରେ ଡୁଆଲ୍-ବ୍ୟାଣ୍ଡ Wi-Fi, ବ୍ଲୁଟୁଥ୍ 5.4 ଏବଂ USB ଟାଇପ୍-C ଭଳି ଫିଚର୍ସ ସୁବିଧା ରହିଛି । ଯାହା Android 16 ଉପରେ ବେସ୍ଡ HiOS 16 ରେ କାମ କରିଥାଏ ।
ଏହି ସ୍ମାର୍ଟଫୋନ୍ର ବ୍ୟାକସାଇଡରେ ଟ୍ରିପଲ୍ କ୍ୟାମେରାର ସେଟଅପ୍ ରହିଛି । ଫୋନଟିରେ 50MPର ମେନ୍ Sony LYT-700 ସେନ୍ସର ରହିଛି । ଏହା ସହିତ ୫୦MP ଟେଲିଫଟୋ କ୍ୟାମେରା ସମେତ 3x ଅପ୍ଟିକାଲ୍ ଜୁମକୁ ସପୋର୍ଟ କରେ । ଫୋନଟିରେ 8MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ଏବଂ 50MP ସେଲ୍ଫି କ୍ୟାମେରା ମଧ୍ୟ ରହିଛି ।
ପ୍ରାଇସ୍ : Tecno ଏହି ଅଲ୍ଟ୍ରା ଫୋନ୍ ଭାରତରେ କେବଳ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । ସେହି ଷ୍ଟୋରେଜ୍ ଭାରିଆଣ୍ଟ ହେଉଛି 12GB RAM + 256GB । ଏହି ଫୋନ୍ ୩୯,୯୯୯ଟଙ୍କାରେ ଉପଲବ୍ଧ । କମ୍ପାନୀ ଏହି ଫୋନ୍ କିଣିବା ଉପରେ ୩୦୦୦ ଟଙ୍କାର କୁପନ୍ ଡିସକାଉଣ୍ଟ ଅଫର ପ୍ରଦାନ କରିଛି । ଏହି ଫୋନ୍ର ପ୍ରଥମ ସେଲ୍ ୨୧ ଜୁଲାଇରେ ଇ-କମର୍ସ ୱେବସାଇଟ୍ Amazon ରେ ଅନୁଷ୍ଠିତ ହେବ । ଏହି ଫୋନରେ ୩ ଟି କଲର ଅପ୍ସନ ରହିଛି । ଯାହା ସାଇପ୍ରେସ୍ ଗ୍ରୀନ୍,ମିଷ୍ଟି ପର୍ପଲ ଏବଂ ନେବୁଲା ଟାଇଟେନିୟମ୍ କଲରରେ ଉପଲବ୍ଧ । କୁପନ୍ ଡିସକାଉଣ୍ଟରେ ଏହି Tecno Ultra ଫୋନ୍କୁ ୩୬,୯୯୯ ଟଙ୍କାରେ କିଣିପାରିବେ ୟୁଜର୍ସ ।