ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ

ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି । ଏ ନେଇ ସୂଚନା ଦେଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି, ଶୁକ୍ରବାର ଓ ତା ପୂର୍ବ ଦିନ ବର୍ଷା ପାଇଁ ଜଳବନ୍ଦୀ ପରିସ୍ଥିତି ହୋଇଥିଲା । ସାପୁଆରୁ ପାଣି କମିଲାଣି । ରବିବାର ସକାଳ ସୁଦ୍ଧା ପାଣି ପୂରା କମିଯିବ । ମାଟି ବନ୍ଧ ଖସିଛି । ଯାହାର ସୋମବାର ସୁଦ୍ଧା ମରାମତି କାମ ହେବ । କୌଣସି ନଦୀରେ ବନ୍ୟା ଆସିବନି ।ହୀରାକୁଦରେ ୬୧୦ ଫୁଟରେ ପାଣି ଅଛି । ଯାହା ବଢୁଛି । ଆସନ୍ତାକାଲି ୬୧୪ ଫୁଟକୁ ଯିବା ପରେ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯିବ । ସାଳନ୍ଦୀରେ ଗୋଟିଏ ଗେଟ୍ ଖୋଲା ଅଛି । ଶନିବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ । ଯାହା ବିପଦ ନୁହେଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି

Leave a comment