ମେସି ଏବଂ କ୍ରିସ୍ଟିୟାନୋ ରୋନାଲ୍ଡୋଙ୍କ ଉଦ୍ଦେଶ୍ୟରେ Caviar ଏକ ଖାସ୍ ଲିମିଟେଡ୍ ଏଡିସନ୍ କଲେକ୍ସନ୍ ଲଞ୍ଚ କରିଛି,ଯାହାକୁ ୧୯ ଜଣ କିଣିବେ

ଲଗଜରୀ ଫୋନ୍ ନିର୍ମାତା କମ୍ପାନୀ Caviar ଫୁଟବଲର ଦୁଇ ଜଣ ଲୋକପ୍ରିୟ ଖେଳାଳି ଲିଓନେଲ ମେସି ଏବଂ କ୍ରିସ୍ଟିୟାନୋ ରୋନାଲ୍ଡୋଙ୍କ ଉଦ୍ଦେଶ୍ୟରେ ଏକ ଖାସ୍ ଲିମିଟେଡ୍ ଏଡିସନ୍ କଲେକ୍ସନ୍ ଲଞ୍ଚ କରିଛି । କମ୍ପାନୀ ୨୪ କ୍ୟାରେଟ୍ ସୁନା ଏବଂ ପ୍ରିମିୟମ୍ ଡିଜାଇନ ସହିତ Samsung Galaxy Z Fold 8 Ultra ଓ Apple iPhone 17 Proକୁ ପ୍ରଚଳନ କରିଛି ।  ସବୁଠାରୁ ଖାସ୍ କଥା ହେଉଛି ଯେ, ଏହି ଦୁଇଟି ମଡେଲର ଫୋନ୍ ମାତ୍ର ୧୯ ଟି ଲେଖାଏଁ ୟୁନିଟରେ ତିଆରି କରାଯିବ । ଅର୍ଥାତ୍ ଯାହାକୁ ମାତ୍ର ୧୯ ଜଣ ଲୋକ କିଣିପାରିବେ ।

କାଭିଆରର ମେସି ଏଡିସନ୍ ଆଗାମୀ Samsung Galaxy Z Fold 8 Ultra ଉପରେ ବେସ୍ଡ । ଯାହାର ବ୍ୟାକ୍ ପ୍ୟାନେଲରେ ଲିଓନେଲ ମେସିଙ୍କ ପ୍ରୋଟ୍ରେଟ, ତାଙ୍କର ଲୋକପ୍ରିୟ ଜର୍ସି ନମ୍ବର ୧୦ ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରୀୟ ପ୍ରତୀକ ଏଥିରେ ରହିଛି । କମ୍ପାନୀ ଫୋନର ଫ୍ରେମ୍ ଏବଂ ଡିଜାଇନଗୁଡିକରେ ୨୪ କ୍ୟାରେଟ୍ ସୁନା ପ୍ଲେଟିଂ ଏବଂ ଏକ ପ୍ରିମିୟମ୍ ଏନାମେଲ୍ ଫିନିଶ୍ ବ୍ୟବହାର କରିଛି । ଯାହା ଏହି ଫୋନ୍ ଅପେକ୍ଷା ଅଧିକ କଲେକ୍ଟର୍ସ ଆଇଟମ୍ ପାଲଟିଯାଏ ।

ସେହିପରି ଅନ୍ୟପଟେ ରୋନାଲ୍ଡୋ ଏଡିସନକୁ iPhone 17 Proକୁ ବେସ୍ଡ କରି ଡିଜାଇନ୍ କରାଯାଇଛି । ଏହାର ବ୍ୟାକ୍ ପ୍ୟାନେଲରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଫଟୋ ଏବଂ ତାଙ୍କ ପ୍ରିୟ ଜର୍ସି ନମ୍ବର ୭ ସହିତ ପର୍ତ୍ତୁଗାଲର ଜାତୀୟ ପ୍ରତୀକ ରହିଛି । ଏହି ମଡେଲରେ ୨୪K ସୁନା ପ୍ଲେଟିଂ ଏବଂ ଜ୍ୟୋମେଟ୍ରିକ୍ ଡିଜାଇନ୍ କରାଯାଇଛି । ଯାହା ଅନ୍ୟ iphone ଅପେକ୍ଷା ଖୁବ୍ ଭିନ୍ନ । କାଭିଆର ପ୍ରତ୍ୟେକ ଡିଜାଇନ କେବଳ ୧୯ ୟୁନିଟ୍ ଉତ୍ପାଦନ କରୁଛି । ପ୍ରତ୍ୟେକ ସ୍ମାର୍ଟଫୋନ୍ ସହିତ ଏକ ବିଶେଷ ପ୍ରିମିୟମ୍ ବକ୍ସ ରହିବ । ଯେଉଁଥିରେ ସୁନା ପ୍ଲେଟେଡ କୀଚେନ୍ ଏବଂ ବ୍ରାଣ୍ଡେଡ୍ ସ୍ମାରକ କଏନ୍ ରହିବ । ସୀମିତ ସଂଖ୍ୟା ଏବଂ ପ୍ରିମିୟମ୍ ଫିନିସ କାରଣରୁ ଏହି ମଡେଲଗୁଡିକୁ ବିଶେଷ ଭାବରେ କଲେକ୍ଟରର୍ସ ଏବଂ ଫୁଟବଲ୍ ଫ୍ୟାନ୍ସଙ୍କୁ ଧ୍ୟାନରେ ରଖି ତିଆରି କରାଯାଇଛି ।

କାଭିଆର iPhone 17 Pro ରୋନାଲ୍ଡୋ ଏଡିସନର ପ୍ରାରମ୍ଭିକ ମୂଲ୍ୟ ୧୧,୪୧୦ ଡଲାର ରହିଛି । ଟପ୍ କନଫିଗରେସନର ମୂଲ୍ୟ ୧୩,୧୩୦ ଡଲାର ପର୍ଯ୍ୟନ୍ତ ରହିଛି ।  Galaxy Z Fold 8 Ultra ର ମେସି ଏଡିସନର ମୂଲ୍ୟ ମଧ୍ୟ ପ୍ରିମିୟମ୍ କ୍ୟାଟାଗୋରୀରେ ରଖାଯାଇଛି ।

ଆଶ୍ଚର୍ଯ୍ୟଜନକ କଥା ହେଉଛି, କାଭିଅର Galaxy Z Fold 8 Ultra ର ଅଫିସିଆଲ ଲଞ୍ଚ ପୂର୍ବରୁ କଷ୍ଟମ ଏଡିସନ୍ ଲଞ୍ଚ କରିସାରିଛି । ରିପୋର୍ଟ ଅନୁସାରେ, ସାମସଙ୍ଗର ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଜୁଲାଇ ୨୨ ରେ ଲଞ୍ଚ ହେବାକୁ ଯାଉଛି ଏବଂ କାଭିଅର ପୂର୍ବରୁ ପ୍ରି-ଅର୍ଡର ନେବା ଆରମ୍ଭ କରିସାରିଛି ।

Leave a comment