ଦୁଇଟି ବଜେଟ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି Redmi , ଯାହାର ରହିଛି ଜବରଦସ୍ତ ଫିଚର୍ସ

ଦୁଇଟି ବଜେଟ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି Redmi । ଯାହାର ରହିଛି ଜବରଦସ୍ତ ଫିଚର୍ସ । ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଦମଦାର୍ ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ଓ । ଯେଉଁ ସ୍ମାର୍ଟଫୋନ ବିଷୟରେ ଆମେ କହୁଛୁ ତାର ନାଁ ହେଉଛି- Redmi Note 17 ଏବଂ Redmi Note 17 Pro। ଏହି ଉଭୟ ମିଡ୍ ବଜେଟ୍ Redmi ଫୋନ୍ ବଡ଼ ବ୍ୟାଟେରୀ ଏବଂ ପାୱାରଫୁଲ୍ କ୍ୟାମେରା ସହିତ ଆସିଥାଏ । ଏହି Redmi ସିରିଜ୍ ଗତ ବର୍ଷର Redmi Note 15 ସିରିଜ୍ ର ଏକ ଅପଗ୍ରେଡ୍ । ଏହି ନୂଆ ସିରିଜ୍ ରେ ୯୦୦୦mAh ପର୍ଯ୍ୟନ୍ତ ବ୍ୟାଟେରୀ ରହିବ । Redmi Note 17 ସିରିଜ୍ ର ଏହି ଦୁଇଟି ଫୋନ୍ ସମାନ ଦେଖାଯାଉଛି । ହେଲେ, ସେମାନଙ୍କର ଫିଚର୍ସରେ ପାର୍ଥକ୍ୟ ଅଛି । Pro ମଡେଲରେ ଏକ ବଡ଼ ବ୍ୟାଟେରୀ ଏବଂ ଏକ ଭଲ କ୍ୟାମେରା ରହିବ ।

Redmi Note 17 ଫିଚର୍ସ:
ଏହି Redmi ଫୋନଟି ଏକ ବଡ଼ ୭-ଇଞ୍ଚ FHD+ OLED ଡିସପ୍ଲେ ସହିତ ଆସିଛି । ଏହି ଡିସପ୍ଲେ 120Hz ରିଫ୍ରେସ୍ ରେଟ୍ ଏବଂ 1800 ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହି ଫୋନଟି Qualcomm Snapdragon 4 Gen 4 ଚିପସେଟ୍ ଦ୍ୱାରା ପରିଚାଳିତ, 8GB RAM ଏବଂ 256GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସହିତ ଆଡ୍ ହୋଇଛି ।

ଏହି ଫୋନର ବ୍ୟାକରେ ଡୁଆଲ କ୍ୟାମେରା ସେଟଅପ୍ ଅଛି । ଫୋନରେ 50MP ମେନ୍ କ୍ୟାମେରା ଏବଂ ଏକ ସେକେଣ୍ଡାରୀ କ୍ୟାମେରା ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ 8MP କ୍ୟାମେରା ଦିଆଯାଇଛି । ଏହି ଫୋନରେ 8000mAh ବ୍ୟାଟେରୀ ଏବଂ 45W ୱାୟର୍ଡ ଚାର୍ଜିଂ ରହିଛି । ଏହା Android 16 ଉପରେ ବେସ୍ଡ HyperOS 3 ଚାଲିଥାଏ ।

Redmi Note 17 Pro ଫିଚର୍ସ:
ପ୍ରୋ ମଡେଲରେ 6.83 ଇଞ୍ଚ 1.5K AMOLED ଡିସପ୍ଲେ ରହିଛି । ଫୋନର ଡିସପ୍ଲେ 120Hz ରିଫ୍ରେସ୍ ରେଟ୍ ଏବଂ 3200 ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହା Qualcomm Snapdragon 6s Gen 4 ଚିପସେଟ୍ ଦ୍ୱାରା ପରିଚାଳିତ। ଫୋନଟି 12GB ପର୍ଯ୍ୟନ୍ତ RAM ଏବଂ 256GB ଷ୍ଟୋରେଜ୍ ସପୋର୍ଟ କରେ।

କ୍ୟାମେରା ଦୃଷ୍ଟିରୁ, Redmi Note 17 Pro ରେ 50MP ପ୍ରାଇମେରୀ ସେନ୍ସର ଏବଂ 2MP ଡେପ୍ଥ ସେନ୍ସର ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ, ଫୋନରେ 8MP କ୍ୟାମେରା ରହିଛି । ଏଥିରେ 67W ଚାର୍ଜିଂ ସପୋର୍ଟ ସହିତ 9000mAh ବ୍ୟାଟେରୀ ରହିଛି । ଏହା Android 16 ଉପରେ ବେସ୍ଡ HyperOS 3 ରେ ମଧ୍ୟ ଚାଲିଥାଏ ।

ପ୍ରାଇସ୍:
Redmi Note 17 ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରାଯାଇଛି ଯାହା ହେଉଛି- 6GB RAM + 128GB ଷ୍ଟୋରେଜ୍, 8GB RAM + 128GB ଷ୍ଟୋରେଜ୍ ଏବଂ 8GB RAM + 256GB ଷ୍ଟୋରେଜ୍ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧୮,୦୦୦ ଟଙ୍କା । ଅନ୍ୟ ଦୁଇଟି ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୨୦,୦୦୦ ଏବଂ ୨୩,୦୦୦ ଟଙ୍କା ରଖାଯାଇଛି । ଏଥିସହ ଆପଣ ଏହାକୁ ୩ଟି କଲର ଅପ୍ସନରେ ମଧ୍ୟ ଘରକୁ ଆଣିପାରିବେ ଯାହା ରହିଛି- ବ୍ଲାକ୍, ଲାଇଟ୍ ୱାଟର ଗ୍ରୀମ୍ ଏବଂ ମିଟିଓର ପର୍ପଲ କଲର ।

Redmi Note 17 Pro ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ମଧ୍ୟ ଉପଲବ୍ଧ ଯାହା ହେଉଛି- 8GB RAM + 128GB ଷ୍ଟୋରେଜ୍, 8GB RAM + 256GB ଷ୍ଟୋରେଜ୍ ଏବଂ 12GB RAM + 256GB ଷ୍ଟୋରେଜ୍ ରହିଛି । ଏହାର ବେସ୍ ଭାରିଆଣ୍ଟର ମୂଲ୍ୟ ୨୨,୭୦୦ ଟଙ୍କା ଥିବାବେଳେ ଅନ୍ୟ ଦୁଇଟି ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୨୬,୯୦୦ ଟଙ୍କା ଏବଂ ୩୨,୬୦୦ ଟଙ୍କା ରହିଛି । ଏହାକୁ ୪ଟି କଲର ଅପ୍ସନରେ ପାଇପାରିବେ ଯାହା ହେଉଛି- ବ୍ଲାକ୍, ନେବୁଲା ପର୍ପଲ, ସ୍କାଏ ବ୍ଲୁ ଏବଂ ହ୍ବାଇଟ୍ କଲରରେ ଉପଲବ୍ଧ । ଏଥିସହ ଯଦି ଆପଣ ମଧ୍ୟ କମ୍ ବଜେଟରେ ଏହିଭଳି ଦମଦାର୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନ୍ ଦୁଇଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Leave a comment