ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କାର୍ଯ୍ୟାନୁଷ୍ଠାନ ,SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ
ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କାର୍ଯ୍ୟାନୁଷ୍ଠାନ । SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ । ମନୋଜ ପାଢ଼ୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ କରି ଅଧିକ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୬ ଜଣଙ୍କ ନାଁରେ କ୍ରାଇମବ୍ରାଞ୍ଚରେ ଏତଲା ଦିଆଯାଇଥିଲା । SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ସହ ଆଉ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା ।
କ୍ରାଇମବ୍ରାଞ୍ଚରେ ଏତଲା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ୍ । DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ଗଠନ ହୋଇଥିବା ବେଳେ ବିଭିନ୍ନ ଦିଗ ନେଇ ତନାଘନା ଚଳାଇଥିଲା ଟିମ୍ । SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖି ପଚରାଉଚରା କରୁଥିଲା କ୍ରାଇମବ୍ରାଞ୍ଚ । ତେବେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ କାହିଁକି ତ୍ରୁଟି ହେଲା ? କିପରି ହେଲା ? କିଏ କଲା ? ଏହା ପଛର କାରଣ କ’ଣ ? ସେସବୁକୁ ନେଇ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏସସିଇଆରଟି ପକ୍ଷରୁ ପୂରା ପ୍ରକ୍ରିୟାରେ ରହିଥିବା ବହୁ ଗୁରୁତ୍ବପୂର୍ଣ ଦସ୍ତାବିଜ୍ ମଧ୍ଯ କ୍ରାଇମବ୍ରାଞ୍ଚଙ୍କୁ ଦିଆଯାଇଛି । ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ଯାଞ୍ଚ କରାଯିବ ବୋଲି କ୍ରାଇମବଞ୍ଚ ସୂଚନା ଦେଇଛି ।