ରାଜଧାନୀରେ ମର୍ସିଡିଜ୍ ହରର,ବାଇକ ଚାଳକକୁ ଧକ୍କା ଦେଇ ଘୋଷାଡି ନେଲା ୧୦୦ ମିଟର,ବାଇକ ଚାଳକ ମୃତ

ରାଜଧାନୀରେ ମର୍ସିଡିଜ୍ ହରର । ରାତିଅଧରେ ଖେଳାଇଲା ଆତଙ୍କ । ବାଇକ ଚାଳକକୁ ଧକ୍କା ଦେଇ ଘୋଷାଡି ନେଲା ୧୦୦ ମିଟର । ଶାସ୍ତ୍ରୀନଗର ଛକରେ ଏହି ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଥିଲା ।

ସୂଚନାନୁଯାୟୀ, ଦୁର୍ଘଟଣା ଘଟାଇଥିବା କାର ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । କାରକୁ ପଥର ଓ ବାଉଁଶରେ ଭାଙ୍ଗି ଚୁରମାର କରିଦେଇଥିଲେ। କଳିଙ୍ଗ ଷ୍ଟାଡିୟମ ପଟୁ ଯାଉଥିବା ଏକ ମର୍ସିଡିଡ୍ ଭାରସାମ୍ୟ ହରାଇ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଦୃତ ବେଗରେ ଗାଡ଼ିଟି ବାଇକ ସହ ଚାଳକକୁ ଘୋଷାଡି ନେଇଥିଲା। ଭୟଙ୍କର ଦୁର୍ଘଟଣା ଦେଖି ଲୋକେ ଉତ୍ୟକ୍ତ ହୋଇ ଗାଡିକୁ ଭଙ୍ଗାରୁଜା କରିଥିଲେ । ୧୨୦ ବାଟାଲିୟନରୁ ଶାସ୍ତ୍ରୀନଗର ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ଲୋକେ । ଖବର ପାଇ ଖାରବେଳନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ତେବେ ମୃତକଙ୍କର ପରିଚୟ ଏଯାଏଁ ମିଳିପାରିନାହିଁ ।

Leave a comment