ଫ୍ୟାନ୍ସଙ୍କୁ ଝିଅର ନାଁ ସହିତ ପ୍ରଥମ ଝଲକ ଦେଖାଇଲେ ଟିଭି ଅଭିନେତ୍ରୀ ସୁରଭି,

ଟିଭି ଅଭିନେତ୍ରୀ ନାଗିନ ତଥା ସୁରଭି ଜ୍ୟୋତି ନିଜ ଜୀବନର ସବୁଠୁ ଖୁସି ମୁହୂର୍ତ୍ତରେ ରହିଛନ୍ତି । ନିକଟରେ ଅଭିନେତ୍ରୀ ଜଣକ ୩୮ ବର୍ଷ ବୟସରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ମା’ ହେବା ପରେ ପ୍ରଥମ ଥର ନିଜ କୁନି ଝିଅର ପ୍ରଥମ ଝଲକ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ଏହାସହିତ ଏକ ଭାବବିହ୍ବଳ ପୋଷ୍ଟ ମଧ୍ୟ ଲେଖି ଝିଅର ନାମ ରିଭିଲ୍ କରିଛନ୍ତି । ଏହାକୁ ନେଇ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି ।

ସୁରଭି ଜ୍ୟୋତି ଏବେ ମାତ୍ତ୍ବକୁ ସେଲିବ୍ରେଟ୍ କରୁଛନ୍ତି । ସୁରଭି ଏବଂ ସୁମିତ ବିବାହର ୨ ବର୍ଷ ପରେ ମାତାପିତା ହୋଇଛନ୍ତି । ସୁରଭି ୧୩ ଜୁନରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଦମ୍ପତି ସୋସିଆଲ ମିଡିଆ ପେଜରେ ଏହାର ସୂଚନା ଦେଇଥିଲେ । ପିଲା ଜନ୍ମ ହେବା ପରେ ଫ୍ୟାନ୍ସ ସୁରଭି କ’ଣ ନାମ ରଖୁଛନ୍ତି, ତାହାକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଥିଲେ । ଅଭିନେତ୍ରୀ ଏବେ ଝିଅର ନାମ ଖୁଲାସା କରିଛନ୍ତି ।

ସୁରଭି ନିଜ ଝିଅର ନାମ ସେହର ରଖିଛନ୍ତି । ଅଭିନେତ୍ରୀ ଇନଷ୍ଟାରେ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଲେଖିଛନ୍ତି ଓଁ ସେହର । ସେହର ସକାଳର ପ୍ରଥମ କିରଣ ଭଳି, ତୁମେ ଆସି ସବୁକିଛି ଉଜ୍ଜ୍ବଳ କରିଦେଇଛ । ଝିଅର ମୁହଁ ନ ଦେଖାଯାଇଥିବା ବେଳେ

Leave a comment