ସୁଟିଂ ବିଶ୍ବକପ୍ରେ ସ୍ବର୍ଣ୍ଣପଦକ ହାସଲ କଲେ ଭାରତୀୟ ମହିଳା ନିରୁ ଧାଣ୍ଡା
ଲୋନାଟୋ ଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ସୁଟିଂ ବିଶ୍ବକପ୍ରେ ଭାରତୀୟ ମହିଳା ନିରୁ ଧାଣ୍ଡା ସ୍ବର୍ଣ୍ଣପଦକ ଜିତିଛନ୍ତି। ଟ୍ରାପ୍ ସୁଟିଂ ବର୍ଗରେ ନିରୁ ଫାଇନାଲରେ ୩୦ଟିରୁ ୨୭ ଥର ଲକ୍ଷ୍ୟଭେଦ କରି ପ୍ରଥମ ସ୍ଥାନରେ ରହିଥିଲେ। ୨୫ ପଏଣ୍ଟ ପାଇ ଫ୍ରାନ୍ସର କାରୋଲ କୋର୍ମେନିଏର ରୌପ୍ୟ ଓ ୧୯ ପଏଣ୍ଟ ପାଇ ଇଟାଲୀର ଲରିକା ସେସା କାଂସ୍ୟ ପଦକ ଜିତିଥିଲେ। ମଧ୍ୟପ୍ରଦେଶର ନିରୁ ଧାଣ୍ଡାଙ୍କର ଏହା ପ୍ରଥମ ସୁଟିଂ ବିଶ୍ବକପ୍ ସ୍ବର୍ଣ୍ଣ। ସେ ଆସନ୍ତା ଏସୀୟ କ୍ରୀଡ଼ାେର ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି।