ଭୁବନେଶ୍ବର ଲୋୟର ପିଏମଜିରେ ଅନଶନରେ ବସିବେ ତିଖିରି ସରପଞ୍ଚ ଚାମେଲି ଓଝା,ମହାକାଳପଡ଼ା IIC ଓ BDOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଏଥର କେନ୍ଦ୍ରାପଡ଼ା ନୁହେଁ, ରାଜଧାନୀ ଭୁବନେଶ୍ବରରେ ନ୍ୟାୟ ମାଗିବେ ଚାମେଲି ।  ଆସନ୍ତାକାଲି ଭୁବନେଶ୍ବର ଲୋୟର ପିଏମଜିରେ ଅନଶନରେ ବସିବେ ତିଖିରି ସରପଞ୍ଚ ଚାମେଲି ଓଝା ।  ମହାକାଳପଡ଼ା IIC ଓ BDOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅନଶନ କରିବେ ଚାମେଲି ।  ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି ଚାମେଲି ଓଝା ।  ପୂର୍ବରୁ କେନ୍ଦ୍ରାପଡ଼ା ଏସପି ଆଫିସ ଆଗରେ ଅନଶନରେ ବସିଥିଲେ ଚାମେଲି ।  ଥାନା ଅଧିକାରୀ ଓ ବିଡିଓଙ୍କୁ ନିଲମ୍ବନ ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ସମସ୍ତଙ୍କ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ।  ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଥିଲେ।

Leave a comment