ବଜାରରେ ପ୍ରବେଶ କରିବ Kia Syros EV,ମିଳିବ ଆଧୁନିକ ସୁବିଧା, ଆସନ୍ତୁ ଜାଣିବ ଫିଚର୍ସ
ପ୍ରାୟ ସମସ୍ତ ବଡ଼ କାର କମ୍ପାନୀ ନିଜର ନୂଆ EV ମଡେଲ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ Kiaର ଆସନ୍ତା Syros EV ସମ୍ପର୍କରେ ବଡ଼ ସୂଚନା ସାମ୍ନାକୁ ଆସିଛି । ଲଞ୍ଚ ପୂର୍ବରୁ ଏହି ଇଲେକ୍ଟ୍ରିକ୍ SUVର ଅନେକ ଗୁରୁତ୍ୱପୂର୍ଣ୍ଣ ଡାଟା ଲିକ୍ ହୋଇଛି । ରିପୋର୍ଟ ଅନୁଯାୟୀ, ଏହି କାରରେ ଲଙ୍ଗ ଡ୍ରାଇଭିଂ ରେଞ୍ଜ, ପାୱାରଫୁଲ୍ ବ୍ୟାଟେରି ଏବଂ ଅନେକ ପ୍ରିମିୟମ୍ ଫିଚର୍ସ ମିଳିପାରେ । ତେବେ କମ୍ପାନୀ ଏନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରିନାହିଁ।
Kia Syros EVରେ ଦୁଇଟି ବ୍ୟାଟେରି ଅପ୍ସନ ମିଳିବାର ସମ୍ଭାବନା ରହିଛି । ପ୍ରଥମଟି 42kWh ବ୍ୟାଟେରି, ଯାହାକୁ ଥରେ ପୂରା ଚାର୍ଜ କଲେ ପ୍ରାୟ ୪୪୩ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । ଦ୍ୱିତୀୟଟି 51.4kWh ବ୍ୟାଟେରି, ଯାହା ପ୍ରାୟ ୫୨୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇପାରେ । ଏହି ବ୍ୟାଟେରି Kia Carens Clavis EV ଏବଂ Hyundai Creta Electricରେ ମଧ୍ୟ ବ୍ୟବହାର ହୋଇଥିବା କୁହାଯାଉଛି । ତେବେ Syros EVର ଓଜନ କମ୍ ଥିବାରୁ ଏହା ଅଧିକ ରେଞ୍ଜ ଦେଇପାରେ ।
ଏହି SUVର ସବୁଠାରୁ ବଡ଼ ବିଶେଷତା ହେଉଛି ଏହାର ବ୍ୟାଟେରି ୱାରେଣ୍ଟି । ଲିକ୍ ସୂଚନା ଅନୁସାରେ, Kia ଏହି କାର ସହ ୧୫ ବର୍ଷର ବ୍ୟାଟେରି ୱାରେଣ୍ଟି ଦେବ । ଯଦି ଏହା ସତ ହୁଏ, ତେବେ ଭାରତୀୟ EV ବଜାରରେ ଏହା ଗ୍ରାହକଙ୍କ ପାଇଁ ବହୁତ ଖାସ୍ ହେବ । ଏଥିରେ ବ୍ୟାଟେରି ବଦଳାଇବା ନେଇ ଚିନ୍ତା ମଧ୍ୟ ବହୁତ କମିଯିବ ।
ଫିଚର୍ସ କଥା କହିଲେ, Kia Syros EVରେ ଅନେକ ଆଧୁନିକ ସୁବିଧା ମିଳିପାରେ । ଏଥିରେ Level-2 ADAS, 360 ଡିଗ୍ରୀ କ୍ୟାମେରା, ବଡ଼ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ପାନୋରାମିକ୍ ସନରୁଫ୍, ଭେଣ୍ଟିଲେଟେଡ୍ ସିଟ୍, ୱାୟାରଲେସ୍ ଫୋନ୍ ଚାର୍ଜିଂ ଏବଂ Vehicle-to-Load (V2L) ଭଳି ସୁବିଧା ରହିପାରେ । ଏହାଛଡ଼ା EV ମଡେଲରେ ନୂଆ ଆଲୟ ହ୍ୱିଲ୍ ଏବଂ କିଛି ନୂଆ ଡିଜାଇନ୍ ପରିବର୍ତ୍ତନ ଦେଖିବାକୁ ମିଳିପାରେ, ଯାହା ଏହାର ଲୁକ୍କୁ ଆହୁରି ଆଟ୍ରାକ୍ଟିଭ୍ କରିବ।
ଦାମ କଥା କହିଲେ, Kia Syros EVର ଆରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହୋଇପାରେ । ସେହିପରି ଏହାର ଟପ୍ ଭାରିଏଣ୍ଟର ଦାମ ପ୍ରାୟ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ । ଲଞ୍ଚ ପରେ ଏହାର ମୁକାବିଲା Tata Nexon EV, Mahindra XUV 3XO EV, MG Windsor EV ଏବଂ ଅନ୍ୟ କମ୍ପାକ୍ଟ ଇଲେକ୍ଟ୍ରିକ୍ SUV ସହ ହେବ । ଯଦି Kia ଏହି ଲିକ୍ ହୋଇଥିବା ସମସ୍ତ ଫିଚର୍ସ ସହିତ ଏହି SUVକୁ ବଜାରକୁ ଆଣେ, ତେବେ ଏହା ନିଜ ଶ୍ରେଣୀର ଏକ ପାୱରଫୁଲ ଅପ୍ସନ ହୋଇପାରେ ।