ସୁରତରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ପାଇଁ ଖୁସି ଖବର । ବ୍ରହ୍ମପୁରରୁ ସୁରତ ଅଭିମୁଖେ ସପ୍ତାହକୁ ଦୁଇ ଥର ଯାଉଥିବା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏଣିକି ପ୍ରତିଦିନ ଚଳାଚଳ କରିବ । ବ୍ରହ୍ମପୁର ରେଳ ଷ୍ଟେସନ୍ ର ଚତୁର୍ଥ ପ୍ଲାଟଫର୍ମରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅପରାହ୍ନ ୪ଟା ୩୦ରେ ଏଥି ପାଇଁ ରେଳ ଷ୍ଟେସନ୍ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ଯୋଡି ହୋଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ସେହିପରି ଆଇନ ମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ଆଜି ପୁରୀରେ ରଥଯାତ୍ରା ସମନ୍ଵୟ ବୈଠକରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ପ୍ରମୁଖ ସ୍ୱତନ୍ତ୍ର ଟ୍ରେନ ଯୋଗେ ପୁରୀରୁ ବାହାରି ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚଥିଲେ । ସେଠାରେ ଉଦଘାଟନୀ ସଭାରେ ଯୋଗଦାନ କରିଥିଲେ ।