ମାରୁତି ସୁଜୁକି ଭିକ୍ଟୋରିସ୍ ଉପରେ ସର୍ବାଧିକ ୨ ଲକ୍ଷ ଟଙ୍କାର ରିହାତି
ମାରୁତି ସୁଜୁକି ପକ୍ଷରୁ ଆରେନା ସୋରୁମ୍ଗୁଡ଼ିକରେ ବିକ୍ରି ହେଉଥିବା ମଡେଲ୍ଗୁଡ଼ିକ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଜୁଲାଇ ମାସରେ ଏହି ରିହାତି ସହିତ ଗ୍ରାହକମାନେ ଏକ୍ସଚେଞ୍ଜ ବୋନସ୍, ସ୍କ୍ରାପେଜ୍ ଲାଭ, ଲୟାଲ୍ଟି ରିୱାର୍ଡ ଓ ସଂସ୍ଥାଗତ ଅଫର ପାଇପାରିବେ । ମାରୁତି ସୁଜୁକି ଭିକ୍ଟୋରିସ୍ ଉପରେ ସର୍ବାଧିକ ୨ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରାଯାଉଛି। ଜୁଲାଇ ମାସରେ ଏସ୍ୟୁଭି, ସେଡାନ, ହାଚ୍ବ୍ୟାକ୍ ଓ ଏସ୍ୟୁଭି ବିକ୍ରି ବଢ଼ାଇବା ଲକ୍ଷ୍ୟ ନେଇ କମ୍ପାନି ଏହି ରିହାତି ଘୋଷଣା କରିଛି। ଗ୍ରାହକମାନେ ମାରୁତି ଏସ୍ ପ୍ରେସୋ ଉପରେ ୩୭,୫୦୦ ଟଙ୍କା ପର୍ଯ୍ୟନ୍ତ, ଅଲ୍ଟୋ କେ୧୦ ଉପରେ ୫୨,୫୦୦ ଟଙ୍କା ପର୍ଯ୍ୟନ୍ତ, ଟୁର୍ ଏଚ୍୧ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ, ସେଲେରିଓ ଉପରେ ୩୭,୫୦୦ ଟଙ୍କା ପର୍ଯ୍ୟନ୍ତ, ୱାଗନ୍ଆର୍ରେ ୫୨,୫୦୦ ଟଙ୍କା ପର୍ଯ୍ୟନ୍ତ, ମାରୁତି ଟୁର୍ ଏଚ୍୩ ଉପରେ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ, ଇକୋ ଉପରେ ୩୭,୫୦୦ ଟଙ୍କା ପର୍ଯ୍ୟନ୍ତ, ମାରୁତି ଟୁର୍-ଭି ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ, ମାରୁତି ସ୍ବିଫ୍ଟ ଉପରେ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ଓ ମାରୁତି ବ୍ରିଜା ଉପରେ ୫୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। କିନ୍ତୁ କମ୍ପାନି ପକ୍ଷରୁ ଡିଜାୟାର ଓ ଏର୍ଟିଗା ଉପରେ କୌଣସି ରିହାତି ଘୋଷଣା କର ଯାଇନାହିଁ।