ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଦେଲେ ଇସ୍ତଫା, ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରି ଛାଡିଥିବା ନେଇ ଦର୍ଶାଇଛନ୍ତି
ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରି ଛାଡିଥିବା ନେଇ ଦର୍ଶାଇଛନ୍ତି । ତେବେ ତାଙ୍କ ଇସ୍ତଫା ନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ ।
୨୦୧୩ ବ୍ୟାଚ୍ ର ଆଇପିଏସ୍ ଅଫିସର ହେଲେ ଶ୍ରୀ ମୀନା। ସେ ୨୦୨୫ରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ। ପୂର୍ବରୁ ସେ ଅନୁଗୋଳ ଏବଂ ଗଞ୍ଜାମର ଏସପି ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । କଟକର ଡିସିପି ଭାବେ ମଧ୍ୟ ସେ ଦାୟିତ୍ୱ ନେଇଛନ୍ତି । ତେବେ ଇସ୍ତଫା ନେଇ ସରକାରଙ୍କ ତରଫରୁ କୌଣସି ସୂଚନା ମିଳିପାରିନାହିଁ।
କୁହାଯାଉଛି ଯେ, ଭୁବନେଶ୍ୱର ଡିସିପି ହେବା ପରେ ସହରରେ ଆଇନଶୃଙ୍ଖଳାକୁ ନେଇ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଯାହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ ଥିଲା । ଅନେକ ମାମଲାକୁ ସେ ସଫଳତାପୂର୍ବକ ସମାଧାନ କରିଛନ୍ତି । କିଛି କିଛି ମାମଲାରେ ଏବେବି ତଦନ୍ତ ଜାରି ରହିଛି । କିନ୍ତୁ ତାଙ୍କ ହଠାତ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଘଟଣାରେ ଡିସିପିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।