ଭାରତରେ ପହଞ୍ଚିଛି Oppo Reno 16

Oppo Reno 16 ସିରିଜ୍ ଭାରତରେ ପହଞ୍ଚିଛି । କମ୍ପାନୀ ଏହି ସିରିଜ୍ ରେ ଦୁଇଟି ଫୋନ୍ ଉପସ୍ଥାପନ କରିଛି ।ଯାହାର ନା ହେଉଛି- Reno 16 ଏବଂ Reno 16c । ଉଭୟ ଫୋନ୍ ସମାନ ଦେଖାଯାଉଛି, କିନ୍ତୁ ସେମାନଙ୍କର ହାର୍ଡୱେର୍ ଫିଚର୍ସ ଭିନ୍ନ । ଏହି ଫୋନଗୁଡ଼ିକ ଚଳିତ ବର୍ଷ ଆରମ୍ଭରେ ଲଞ୍ଚ ହୋଇଥିବା Oppo Reno 15 ଏବଂ Reno 15c କୁ ବଦଳାଇଛି । ଏହି ସିରିଜ୍ ଏକ ପାୱାରଫୁଲ୍ 7000mAh ବ୍ୟାଟେରୀ ଏବଂ AI ଫିଚର୍ସ ସହିତ ଲେସ୍ ।

କମ୍ପାନୀ ଏହି ଫୋନ୍ କ୍ରୟ ଉପରେ ୧୦% ଇନଷ୍ଟାଣ୍ଟ ଡିସକାଉଣ୍ଟ ପ୍ରଦାନ କରୁଛି । ଉଭୟ ଫୋନ୍ ଜୁଲାଇ ୯ ତାରିଖରୁ ଇ-କମର୍ସ ୱେବସାଇଟ୍ ଆମାଜନ ଏବଂ ଫ୍ଲିପକାର୍ଟରେ ସେଲ୍ ପାଇଁ ଉପଲବ୍ଧ ହେବ ଏବଂ କମ୍ପାନୀର ସରକାରୀ ଇ-ଷ୍ଟୋରରେ ମଧ୍ୟ ଉପଲବ୍ଧ ହେବ ।

Reno 16 ର ଫିଚର୍ସ:
ଏହି Oppo ଫୋନଟି 6.32-ଇଞ୍ଚ AMOLED ଡିସପ୍ଲେ ସହିତ ଆସିଥାଏ । ଏହି ଡିସପ୍ଲେ 120Hz ରିଫ୍ରେସ୍ ରେଟ୍ ଏବଂ ୧୮୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଫୋନରେ ଏକ ଏରୋସ୍ପେସ୍-ଗ୍ରେଡ୍ ଆଲୁମିନିୟମ୍ ବଡି ରହିଛି । ଏହା ସହିତ, ଫୋନଟି IP66, IP68, IP69, ଏବଂ IP69K ଡ୍ୟୁରେବିଲିଟି ରେଟିଂ ସହିତ ଆସିଥାଏ । କମ୍ପାନୀ ଦାବି କରିଛି ଯେ ଫୋନଟି ୱାଟର କିମ୍ବା ଡଷ୍ଟ ରେସିଷ୍ଟାନ୍ସ ହେବ ।

ଏହି ଫୋନଟି Qualcomm Snapdragon 7 Gen 4 AI ଚିପ୍ସେଟ୍ ଦ୍ୱାରା ପରିଚାଳିତ। ଏହା ୧୨GB ପର୍ଯ୍ୟନ୍ତ RAM ଏବଂ ୨୫୬GB ଷ୍ଟୋରେଜ୍ ସପୋର୍ଟ କରେ । ଏହି ଫୋନଟି Android 16 ଉପରେ ବେସ୍ଡ ColorOS 16 ଚଲାଏ । ଏଥିରେ 6,700mAh ବ୍ୟାଟେରୀ ଅଛି ଏବଂ ୮୦W ୱାୟର୍ଡ SuperVOOC ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।

Reno 16 ର ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଅଛି । ଏଥିରେ ଏକ ୫୦MP ମେନ୍ କ୍ୟାମେରା, ଏକ ୫୦MP ଟେଲିଫୋଟୋ ପୋଟ୍ରେଟ୍ କ୍ୟାମେରା ଏବଂ ଏକ ୫୦MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏକ ୫୦MP ଫ୍ରଣ୍ଟ କ୍ୟାମେରା ଉପଲବ୍ଧ । AI ଫିଚର୍ସ ବିଷୟରେ କହିବାକୁ ଗଲେ, ଏହି ଫୋନଟି AI ମାଇଣ୍ଡ ପାଇଲଟ୍, AI ସ୍ନାପ୍ କୀ, AI ମାଇଣ୍ଡ ସ୍ପେସ୍, AI ବିଲ୍ ମ୍ୟାନେଜର୍, AI ସ୍କାନ, AI ଏକ୍ସଟ୍ରାକ୍ଟ, AI ରେକର୍ଡିଂ ଷ୍ଟିକର୍, AI ମେନୁ ଟ୍ରାନ୍ସଲେସନ୍, AI ଲାଇଭ୍ ଟ୍ରାନ୍ସଲେସନ୍, AI ରିମିକ୍ସ କୋଲାଜ୍, ପପଆଉଟ୍ 2.0, AI ଫ୍ଲାସ୍ ଫଟୋଗ୍ରାଫି 3.0 ଭଳି ଦମଦାର୍ ଫିଚର୍ସ ରହିଛି ।

Reno 16c ର ଫିଚର୍ସ:

ଏହି Oppo ଫୋନଟିରେ ୬.୫୭ ଇଞ୍ଚ AMOLED ଡିସପ୍ଲେ ରହିଛି ଯାହା ୧୨୦Hz ରିଫ୍ରେସ୍ ରେଟ୍ ଏବଂ ୧୪୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ। ଏହି ଫୋନଟି IP66, IP68, IP69, ଏବଂ IP69K ଡ୍ୟୁରେବିଲିଟ୍ ରେଟିଂ ମଧ୍ୟ ପ୍ରଦାନ କରେ । ଏହା MediaTek Dimensity 7300 ଚିପସେଟ୍ ଦ୍ୱାରା ପରିଚାଳିତ, 12GB ପର୍ଯ୍ୟନ୍ତ RAM ଏବଂ 256GB ଷ୍ଟୋରେଜ୍ ସହିତ ଆଡ୍ ହୋଇଛି ।

ଏହି ଫୋନଟି Android 16 ଉପରେ ବେସ୍ଡ ColorOS 16 ରେ ମଧ୍ୟ ଚାଲିଥାଏ । ଏହି ଫୋନଟି 7,000mAh ବ୍ୟାଟେରୀ ପ୍ୟାକ୍ କରେ ଏବଂ ୮୦W ୱାୟର୍ଡ SuperVOOC ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । Reno 16c ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ମଧ୍ୟ ରହିଛି । ଏଥିରେ ଏକ ୫୦MP ମେନ୍ କ୍ୟାମେରା, ଏକ ୫୦MP ଟେଲିଫଟୋ ପୋଟ୍ରେଟ୍ କ୍ୟାମେରା ଏବଂ ଏକ ୮MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ସାମିଲ । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ, ଏହି ଫୋନରେ ଏକ ୫୦MP ଫ୍ରଣ୍ଟ୍ କ୍ୟାମେରା ମଧ୍ୟ ଅଛି ।

Reno 16 ଏବଂ Reno 16c ର ପ୍ରାଇସ୍:
ଉଭୟ Oppo ଫୋନ୍ ୧୨GB ପର୍ଯ୍ୟନ୍ତ RAM ଏବଂ ୨୫୬GB ଷ୍ଟୋରେଜ୍ ସହିତ ଆସିଥାଏ । Reno 16 ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ଯାହା ହେଉଛି- 8GB RAM + 256GB ଷ୍ଟୋରେଜ୍ ଏବଂ 12GB RAM + 256GB ଷ୍ଟୋରେଜ୍ ରହିଛି । ଫୋନଟି ୬୧,୯୯୯ ରୁ ଆରମ୍ଭ ହେଉଥିବା ବେଳେ ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ ୬୭,୯୯୯ ଟଙ୍କା ରହିଛି ।

Reno 16c ଭାରତରେ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ମଧ୍ୟ ଉପଲବ୍ଧ, ଯାହା ହେଉଛି- 8GB RAM + 128GB ଷ୍ଟୋରେଜ୍, 8GB RAM + 256GB ଷ୍ଟୋରେଜ୍ ଏବଂ 12GB RAM + 256GB ଷ୍ଟୋରେଜ୍ । ଏହାର ପ୍ରାରମ୍ଭିକ ମୂଲ୍ୟ ୪୬,୯୯୯ ଟଙ୍କା । ଅନ୍ୟ ଦୁଇଟି ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୪୯,୯୯୯ ଏବଂ ୫୫,୯୯୯ ଟଙ୍କା ରହିଛି ।

Leave a comment