Vivo ଆଉ ଏକ ଫୋଲ୍ଡେବଲ୍ ଫୋନ୍ ଲଞ୍ଚ କରିଛି,ଆସନ୍ତୁ ଜାଣିବା ଏହି ପାୱାରଫୁଲ୍ ଫୋଲ୍ଡେବଲ୍ ଫୋନ୍ ର ସମ୍ପୂର୍ଣ୍ଣ ଡିଟେଲ୍ସ

Vivo ଆଉ ଏକ ଫୋଲ୍ଡେବଲ୍ ଫୋନ୍ ଲଞ୍ଚ କରିଛି । Vivo ଏହି ଫୋନକୁ ତାର ଘରୋଇ ବଜାର ଚୀନରେ ପ୍ରଚଳନ କରିଥିଲା । ଜୁନରେ ଏହାର ଫ୍ଲାଗସିପ୍ ଇଭେଣ୍ଟରେ କମ୍ପାନୀ ଏହି ଫୋଲ୍ଡେବଲ୍ ଫୋନକୁ ଉପସ୍ଥାପନ କରିଥିଲା । ଏହି ସ୍ମାର୍ଟଫୋନରେ Samsungର M14 ଫୋଲ୍ଡେବଲ୍ ଡିସପ୍ଲେ ବ୍ୟବହାର କରାଯାଇଛି । ଏଥିରେ 7000mAh ବ୍ୟାଟେରୀ ମଧ୍ୟ ଅଛି । ତେବେ ଆସନ୍ତୁ ଜାଣିବା ଏହି ପାୱାରଫୁଲ୍ ଫୋଲ୍ଡେବଲ୍ ଫୋନ୍ ର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଫିଚର୍:
ଆମେ ଯେଉଁ ଫୋଲ୍ଡେବଲ୍ ଫୋନ୍ ବିଷୟରେ କହୁଛୁ ତା ନାଁ ହେଉଛି- Vivo X Fold 6 । ଏହି Vivo ଫୋନଟି ୮.୦୨ ଇଞ୍ଚର ଫ୍ଲେକ୍ସବଲ୍ AMOLED ଡିସପ୍ଲେ ସହିତ ଆସିଥାଏ । କମ୍ପାନୀ ଏହି ଫୋନରେ Samsung ର M14 ଡିସପ୍ଲେ ବ୍ୟବହାର କରିଛି । ଫୋନର ଡିସପ୍ଲେ 120Hz ରିଫ୍ରେସ୍ ରେଟ୍ ସପୋର୍ଟ କରେ । ଏହା ସହିତ, ଫୋନରେ ୬.୫୧ ଇଞ୍ଚର AMOLED ଡିସପ୍ଲେ ଅଛି । ଏହି ଫୋନଟି IP58 ଏବଂ IP59 ରେଟିଂ ପ୍ରାପ୍ତ ।

ଏହି ସ୍ମାର୍ଟଫୋନଟି MediaTek Dimensity 9500 ଚିପସେଟ୍ ଦ୍ୱାରା ପରିଚାଳିତ । ଏହା 16GB ପର୍ଯ୍ୟନ୍ତ RAM ଏବଂ 1TB ଷ୍ଟୋରେଜ୍ ସପୋର୍ଟ କରେ । ଫୋନଟିରେ ଏକ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ରହିଛି । ଫୋନର ବ୍ୟାକରେ ୨୦୦MP ପ୍ରାଇମେରୀ କ୍ୟାମେରା ରହିଛି । ଏହା ସହିତ, ଏଥିରେ ୫୦MP ଅଲ୍ଟ୍ରା-ୱାଇଡ୍ ଏବଂ ୫୦MP ଟେଲିଫଟୋ କ୍ୟାମେରା ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ, ଏଥିରେ ଦୁଇଟି ୨୦MP ସେଲ୍ଫି କ୍ୟାମେରା ମଧ୍ୟ ରହିଛି।

Vivo ର ଏହି ଫୋଲ୍ଡେବଲ୍ ସ୍ମାର୍ଟଫୋନରେ 7000mAh ବ୍ୟାଟେରୀ ଅଛି । ଏହା ୮୦W ୱାୟର୍ଡ ଏବଂ ୪୦W ୱାୟରଲେସ୍ ଚାର୍ଜିଂକୁ ସପୋର୍ଟ କରେ । କନେକ୍ଟିଭିଟି ଅପ୍ସନଗୁଡ଼ିକ ମଧ୍ୟରେ WiFi, Bluetooth, NavIC, Bluetooth 5.4, 5G, 4G, ଏବଂ LTE ସାମିଲ୍ । ଫୋନଟି IR Blaster କୁ ମଧ୍ୟ ସପୋର୍ଟ କରେ । ଏହା Android 16 ଉପରେ ବେସ୍ଡ OxygenOS ରେ ଚାଲିଥାଏ ।

ପ୍ରାଇସ୍:
Vivo ର ଏହି ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଚାରୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ଯାହା ହେଉଛି- ୧୨GB RAM + ୨୫୬GB ଷ୍ଟୋରେଜ୍, ୧୨GB RAM + ୫୧୨GB ଷ୍ଟୋରେଜ୍, ୧୬GB RAM + ୫୧୨GB ଷ୍ଟୋରେଜ୍ ଏବଂ ୧୬GB RAM + 1TB । ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧,୧୧,୦୦୦ଟଙ୍କା ହୋଇଥିବାବେଳେ ଅନ୍ୟାନ୍ୟ ଭାରିଆଣ୍ଟଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧,୨୫,୦୦୦ ଟଙ୍କା, ୧,୩୯,୦୦୦ ଟଙ୍କା ଏବଂ ୧,୫୩,୦୦୦ ଟଙ୍କା ରହିଛି । ଏହାର ସ୍ପେଶାଲ୍ ବ୍ଲାକ୍ ଗୋଲ୍ଡ ଏଡିସନ୍ ପ୍ରାୟ ୧,୫୭,୦୦୦ ଟଙ୍କାରେ ଉପଲବ୍ଧ। ଏଥିସହ ଯଦି ଆପଣ ଏକ ପାୱାରଫୁଲ୍ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅ୍ପସନ ହେବା ସହ ଅନେକ କାମକୁ ମଧ୍ୟ ସହଜ କରାଇବ ।

Leave a comment