ବିଧିବଦ୍ଧ ଭାବେ ଶଙ୍ଖ ରେ  ସାମିଲ ହେଲେ ସୁଜାତା କାର୍ତ୍ତିକେୟନ,ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ହେଲେ ସାମିଲ

ବିଜେଡିରେ ବିଧିବଦ୍ଧ ଭାବେ  ସାମିଲ ହେଲେ ସୁଜାତା କାର୍ତ୍ତିକେୟନ।  ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସୁଜାତା ।  ସମସ୍ତ ବିଧାୟକ, ସାଂସଦ ଓ ନେତାମନ୍ତ୍ରୀ ଥିଲେ ଉପସ୍ଥିତ ।  ଆନୁଷ୍ଠାନିକ ଭାବେ ସୁଜାତାଙ୍କ ନାଁ ଘୋଷଣା କରିଛନ୍ତି ନବୀନ । ନବୀନଙ୍କ ନିଷ୍ପତ୍ତି କ୍ରମେ ବିଜେଡିରେ ସାମିଲ ହୋଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି  ସୁଜାତା । ଶଙ୍ଖ ଭବନରେ ଭବ୍ୟ ଆୟୋଜନ ।  ଏବେ ରାଜନୀତିଜ୍ଞ ମଧ୍ୟରେ ଚର୍ଚ୍ଚା ଚାଲିଛି ଯେ ସୁଜାତା କଣ ବୁଡ଼ି ଯାଉଥିବା ବିଜେଡିକୁ କୂଳରେ ଲଗାଇବେ ? ନା ସୁଜାତାଙ୍କ ଏଣ୍ଟ୍ରି ପରେ ବିଜେଡିର ଚିହ୍ନବହ୍ନ ଲିଭିଯିବ

Leave a comment