ସନି ଦେଓଲଙ୍କ ଆଗାମୀ ଫିଲ୍ମ ‘ବଟୱାରା ୧୯୪୭’ ର ଟିଜର ରିଲିଜ
ସନି ଦେଓଲଙ୍କ ଆଗାମୀ ଫିଲ୍ମ ‘ବଟୱାରା ୧୯୪୭’ ର ଟିଜର ଏବେ ସାମ୍ନାକୁ ଆସିଛି । ଯାହା ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଟିଜରରେ ସନ୍ନି ଦେଓଲ ଆକ୍ସନ ହିରୋ ଭୂମିକାରେ ନଜର ଆସିଛନ୍ତି ।
ସନି ଦେଓଲଙ୍କ ଆଗାମୀ ଫିଲ୍ମ ‘ବଟୱାରା ୧୯୪୭’ ର ଟିଜର ଏବେ ସାମ୍ନାକୁ ଆସିଛି । ଏହି ପାୱାରଫୁଲ ଟିଜର ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ବିଗୁଣିତ କରି ଦେଇଛି । ଏହି ଫିଲ୍ମର ଟିଜରଟି ଆମିର ଖାନ୍ ଦ୍ବାରା ବର୍ଣ୍ଣନା କରାଯାଇଛି । ଏହି ଫିଲ୍କର କାହାଣୀ ଭାରତର ସ୍ବାଧିନତା ଏବଂ ୧୯୪୭ର ବଟୱାର ବ୍ୟାକଡପ୍ ଉପରେ ଆଧାରିତ କରାଯାଇଛି । ବଟୱାରା ଫିଲ୍ମର ଟିଜର ଫ୍ୟାନ୍ସଙ୍କୁ ଗଦରର ଅନୁଭବ ଦେଇଛି ।
ଏଥିସହ ଟିଜରର ଆରମ୍ଭ ଆମିର ଖାନଙ୍କ ଭଏସ ଓଭରରୁ ହୋଇଛି । ଯେଉଁଥିରେ ସେ କହିଛନ୍ତି ଯେ, ହିନ୍ଦୁସ୍ଥାନ ଭଳି ବଡ଼ ସଂଘର୍ଷ ଏବଂ ତ୍ୟାଗ ଦେବା ପରେ ୨୦୦ ବର୍ଷ ଗୁଲାମୀରୁ ସ୍ୱାଧୀନତା ମିଳିଥିଲା, କିନ୍ତୁ ଦୁଃଖର ବିଷୟ ଦେଶର ବିଭାଜନ ହୋଇଗଲା । ଧର୍ମର ନାମରେ ମାନବିକତାର ହତ୍ୟା ହେଉଥିଲା । ଟିଜରରେ ବିଭାଜନ ସମୟର ଯନ୍ତ୍ରଣାକୁ ଦେଖିବାକୁ ମିଳିଛି । ସେହିପରି ଫିଲ୍ମରେ ସନି ଦେଓଲ ନିଜର ଆକ୍ସନ୍ ଅବତାରରେ ନଜର ଆସିଛନ୍ତି । ଫିଲ୍ମରେ ପ୍ରୀତି ଜିଣ୍ଟା ମଧ୍ୟ ଏକ ଇମୋସନାଲ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ । ସନି ଦେଓଲଙ୍କ ଡାଏଲଗ୍ ଡିଲିଭରି ଠାରୁ ଆରମ୍ଭ କରି ଆକ୍ସନ୍ ପର୍ଯ୍ୟନ୍ତ ସବୁକିଛି ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଛି ।
ଟିଜର ସେୟାର କରି ସନି ଦେଓଲ ଲେଖିଛନ୍ତି ଯେ, ଯେତେବେଳେ ବିଭାଜନ ଲୋକମାନଙ୍କ ମଧ୍ୟରେ ଦେଖାଯାଇଥିଲା, ସେତେବେଳେ ସେ ଭୟ ଭିତରେ ସାହସକୁ ବାଛିଥିଲେ । ଫ୍ୟାନ୍ସଙ୍କୁ ବଟୱାରା ୧୯୪୭ ଫିଲ୍ମର ଟିଜର ଖୁବ୍ ପସନ୍ଦ ଆସିଛି । ୟୁଜର୍ସଙ୍କୁ ସନ୍ନି ଦେଓଲଙ୍କ ସୁପରହିଟ୍ ଫିଲ୍ମ ଗଦରକୁ ମନେପକାଇଦେଇଛି । ଏହି ବଟୱାରା ଫିଲ୍ମ ଟିଜର ସାମ୍ନାକୁ ଆସିବା ପରେ ଅନେକ ଲୋକ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।