ନଖରା ଅଞ୍ଚଳରୁ ମୃତଦେହ ଠାବ,ମାଡ଼ ମାରି ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ

ନଖରା ଅଞ୍ଚଳରୁ ମୃତଦେହ ଠାବ। ଅନନ୍ତପୁର କେନାଲ ପଠାରେ ପଡ଼ିଛି ମୃତଦେହ । ମାଡ଼ ମାରି ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ପିଟିପିଟି ଯୁବକକୁ ମାରି ଥିବା ସନ୍ଦେହ କରାଯାଉଛି ।

ଖବର ଅନୁଯାୟୀ, ମୃତ ଯୁବକ ପାହାଳ ଥାନା ଭୀମପୁର ମୌଜାର ପ୍ରଭାତ ବେହେରା । ମୃତଦେହ ପାଖରେ ଏକ ପ୍ଲାଷ୍ଟିକ ପାଇପ ଏବଂ ଆଉ କିଛି ଦୂରରେ ଏକ ସ୍କୁଟି ପଡ଼ିଛି। ମୃତଦେହ ଦେଖିବାକୁ ସ୍ଥାନୀୟ ଲୋକ ଭିଡ଼ ଜମାଇଛନ୍ତି। ଘଟଣାସ୍ଥଳେ ପାହାଳ ପୋଲିସ ପହଞ୍ଚି କରିଛି ତଦନ୍ତ କରୁଛି। ତେବେ ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ପୁଣି ଜଣେ ଯୁବକଙ୍କୁ ପିଟି ପିଟି ମାରିଦେଇଥିବାର ଅଭିଯୋଗ ଆସିଛି ।

ସରକାରଙ୍କ ଆକ୍ସନ ରିପୋର୍ଟ ଏବଂ ତଦନ୍ତ ନିର୍ଦ୍ଦେଶ ପରେ ବି ଏପରି ଘଟଣା ସାମ୍ନାକୁ ଆସୁଛି । ପୋଲିସ ବି ତଦନ୍ତ ନିର୍ଦ୍ଦେଶ ଦେଇଛି । ତାପରେ ବି ଏହି ଘଟଣା ସାମ୍ନାକୁ ଆସୁଛି

Leave a comment