ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଟି ସର୍ତ୍ତ ଉପରେଚୁକ୍ତି ଆଧାରିତ ଶାନ୍ତି ଚୁକ୍ତି ସ୍ବାକ୍ଷରିତ , କ’ଣ ଏହି ୧୪ ସର୍ତ୍ତ ?
ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ ବୋଲି ରାଜି ହୋଇଛନ୍ତି । ଫଳରେ ହର୍ମୋଜ୍ ଷ୍ଟ୍ରେଟ୍ ରାସ୍ତା ଖୋଲିଛି । ପରସ୍ପର ନିଜର ନୌସେନାକୁ ଅପସାରଣ କରିଛନ୍ତି । ତେବେ ଆମେରିକା ଏବଂ ଇରାନ ମଧ୍ୟରେ୧୪ଟି ସର୍ତ୍ତ ଉପରେଚୁକ୍ତି ଆଧାରିତ ହୋଇଛି ।
କ’ଣ ଏହି ୧୪ ସର୍ତ୍ତ ?
୧-ଇରାନର ତୈଳ, ପେଟ୍ରୋକେମିକାଲ ଏବଂ ଏହାସହ ଜଡିତ ରପ୍ତାନୀ ଉପରେ ଲାଗିଥିବା କଟକଣା ହଟାଯିବ ।
୨-ଇରାନକୁ ନିଜର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସବୁ ସୁବିଧା ମିଳିବ ।
୩-୬୦ଦିନର ଆଲୋଚନା ମଧ୍ୟରେ ଇରାନର ଜବତ ହୋଇଥିବା୨୪ବିଲିୟନ ଡଲାରକୁ ଛଡାଯିବ ।
୪-ଆମେରିକା ଏବଂ ଏହାର ସହଯୋଗୀମାନେ ଇରାନର ପୁଃନିର୍ମାଣ ପାଇଁ୩୦୦ବିଲିୟନ ଡଲାର ପ୍ରଦାନ କରିବେ ।
୫-ଲେବାନନ ସମେତ ସମସ୍ତ ସ୍ଥାନରେ ଯୁଦ୍ଧ ବନ୍ଦ ହେବ ।
୬-ଆମେରିକା ଇରାନ ମାମଲାରେ ହସ୍ତକ୍ଷେପ କରିବ ନାହିଁ ।
୭-ଆମେରିକା ନୌସେନା ଲଗାଇଥିବା କଟକଣା୩୦ଦିନ ମଧ୍ୟରେ ଉଠାଇ ନେବ ।
୮-ହର୍ମୋଜକୁ୩୦ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଖୋଲାଯିବ ।
୯-ପରମାଣୁ ପ୍ରସଙ୍ଗରେ ଉଭୟ ଦେଶ ଭଲଭାବେ୬୦ଦିନ ମଧ୍ୟରେ ଆଲୋଚନା କରିବେ ।
୧୦-ଇରାନ ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ । ଏଥିପାଇଁ ପ୍ରତିଶ୍ରୁତି ଦେବ ।
୧୧-କୌଣସି ଚୂଡାନ୍ତ ଚୁକ୍ତି ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅନୁମତି ନିଆଯିବ ।
୧୨-ତେବେ ଇରାନର ମିସାଇଲ ପ୍ରକଳ୍ପକୁ ଏହି ଚୁକ୍ତିରେ ସ୍ଥାନ ଦିଆଯାଇ ନାହିଁ ।
୧୩-ଇରାନ ପାଖାପାଖି ଅଞ୍ଚଳରେ ଆମେରିକା ସନ୍ୟସଂଖ୍ୟା ବୃଦ୍ଧି କରିବ ନାହିଁ ।
୧୪-ଇରାନ ନିକଟବର୍ତ୍ତୀ ଅଞ୍ଚଳରୁ ଆମେରିକା ସେନା ସମ୍ପୂର୍ଣ୍ଣ ଭାବେ ହଟିବେ ।