କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ଭାଇରାଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଲା ପୋଲିସ

କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ଭାଇରାଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଲା ପୋଲିସ  । ମହାକାଳପଡ଼ା ପୋଲିସ ତାଙ୍କୁ ନେବାବଳେ ସୋସିଆଲ ମିଡିଆରେ ଲାଇଭ କରି ନିଜେ ଚାମେଲି ଏକଥା ଜଣାଇଛନ୍ତି  ।  କେବଳ ଚାମେଲି ନୁହଁନ୍ତି ତାଙ୍କ ଭାଇଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିବା ଭିଡିଓ ସେ ସେୟାର କରିଛନ୍ତି  । ଉଦ୍ଦେଶ୍ୟମୂଳକ ଭାବେ ପୋଲିସ ଏହା କରିଥିବା ଚାମେଲି ଅଭିଯୋଗ କରିଛନ୍ତି  ।

ଅନ୍ୟପକ୍ଷରେ ମହାକାଳପଡ଼ା ବ୍ଲକରେ ଏକ ବୈଠକ ଚାଲିଥିବା ବେଳେ ଭିତରକୁ ପଶି BDOଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପଚରାଉଚରା ପାଇଁ ଚାମେଲିଙ୍କୁ ଅଣାଯାଇଥିବା କହିଛନ୍ତି ମହାକାଳପଡ଼ା ଥାନା ଅଧିକାରୀ  ।

ଘଟଣା ଘଟିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଝିଅକୁ ମାଡ ମାରି ଆହତ କରିଥିବା ଯୋଗୁଁ ଝିଅ ଏବେ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଚାମେଲିଙ୍କ ବାପା କହିଛନ୍ତି  । ଚାମେଲିଙ୍କୁ ପୋଲିସ ଉଠାଇ ନେବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି  । ଚାମେଲି ଓଝା ଗତ ମେ’ ମାସରେ ଏକ ଉଚ୍ଛେଦ ସମୟରେ ସରକାରୀ ବାବୁ ମାନଙ୍କ ସହିତ ଯୁକ୍ତିତର୍କ କରିବାର ଭିଡିଓ ଭାଇରାଲ୍ ହୋଇଥିଲା  ।

Leave a comment