ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ଧକ୍କା,କୌଣସି ମୃତାହତର ସୂଚନା ନାହିଁ
ଟ୍ରେନରେ ସୁରକ୍ଷିତ ଯାତ୍ରାକୁ ନେଇ ଉଠିଲା ପ୍ରଶ୍ନ। ବାହାନଗାରେ ଏତେ ବଡ଼ ଦୁର୍ଘଟଣା ପରେ ବି ପଶୁନି ଚେତା। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଖୋଦ୍ ରାଜ୍ୟର ରାଜଧାନୀରେ ଘଟିଛି । ଗୋଟିଏ ଟ୍ରାକ୍ରେ ଦୁଇଟି ଟ୍ରେନ୍ । ରାଜ୍ୟର ସବୁଠୁ ବଡ଼ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ। ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ଧକ୍କା ହୋଇଛନ୍ତି । ବର୍ତ୍ତମାନ ଯାଏଁ କୌଣସି ମୃତାହତର ସୂଚନା ନାହିଁ । ସେପଟେ ବରିଷ୍ଠ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଖବର ଅନୁଯାୟୀ, ଗୁରୁବାର ସକାଳ ସମୟ । ଭୁବନେଶ୍ୱର ଝାରପଡ଼ା ଓଭରବ୍ରିଜ୍ ନିକଟରୁ ଆସିଲା ଏକ ବଡ଼ ଅଘଟଣର ଖବର । ଗୋଟିଏ ଟ୍ରାକରେ ସାମ୍ନାସାମ୍ନି ଆସିଗଲେ ଦୁଇଟି ଟ୍ରେନ୍ । ଏପିରିକି ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗୋଟିଏ ଟ୍ରେନ୍ କୋଣାର୍କ ଏକ୍ସପ୍ରେସ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଟ୍ରେନ୍ ସଂପର୍କରେ କୌଣସି ସୂଚନା ମିଳିନାହିଁ।ଅନ୍ୟପଟେ ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିପରି ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସିଲା ? କିଛି ଅଘଟଣ ଘଟିଛି ? ଏଥିପାଇଁ କାହାର ଭୁଲ୍ ? ସେନେଇ ଖୋଳତାଡ କରୁଛି ରେଳବାଇ ବିଭାଗ