ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟର ବୈଠକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟର ବୈଠକ ହୋଇଛି । ଏହି ବୈଠକରେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରୋଜେକ୍ଟ ବିସ୍ତାର ସହ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ଅହମଦାବାଦ ମେଟ୍ରୋର ଫେଜ୍ ୨ଏ ଅଧିନରେ ୬ କିଲୋମିଟର କରିଡୋରକୁ ମଞ୍ଜୁରି ଦେଇଛି । ଏଥିରେ ପାଞ୍ଚଟି ନୂଆ ଷ୍ଟେସନ ନିର୍ମାଣ କରାଯିବ । ଏହା ସହ ଆନ୍ଧ୍ର ପ୍ରଦେଶର ଅମରାବତୀ ସହ ଜଡ଼ତ ଅନେକ ବଡ଼ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ଦିଆଯାଇଛି । କେନ୍ଦ୍ର ପକ୍ଷରୁ ଅମରାବତୀ ପାଇଁ ଦୁଇଟି ବଡ଼ ଇନଫ୍ରାକ୍ଟଚର ପ୍ରୋଜେକ୍ଟ ଘୋଷଣା କରାଯାଇଛି । ଏଥିରେ ୨୩.୨୫ ଲକ୍ଷ ବର୍ଗ ଫୁଟ୍ ଅଞ୍ଚଳରେ ୧୨୯୯ କୋଟି ଟଙ୍କା ଖର୍ଚ୍ଚରେ ସେଣ୍ଟ୍ରାଲ୍ ଗଭରମେଣ୍ଟ ଜେନେରାଲ୍ ପୁଲ୍ ଅଫିସ ଅକୋମଡେସନ ସାମିଲ ରହିଛି ।
ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ପ୍ରାୟ ୨,୧୬୯ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହା ପ୍ରାୟ ୨୫୦୦ ଲୋକଙ୍କ ପାଇଁ ନିଯୁକ୍ତି ମଧ୍ୟ ସୃଷ୍ଟି କରିବ । ପ୍ରକଳ୍ପ ଶେଷ ହେବା ପରେ, ଅହମ୍ମଦାବାଦ-ଗାନ୍ଧୀନଗର ମେଟ୍ରୋ ରୁଟ୍ ୭୭.୬୩ କିଲୋମିଟର ଲମ୍ବ ହେବ । ଅହମ୍ମଦାବାଦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ପାଇଁ ପ୍ରସ୍ତୁତ କରୁଛି । ମେଟ୍ରୋର ଏହି ବିସ୍ତାର ପ୍ରସ୍ତାବିତ କମନୱେଲ୍ଥ ଏନକ୍ଲେଭକୁ ଏୟାରପୋର୍ଟ ସହ ଯୋଡ଼ିବ । ଏହାଦ୍ୱାରା ଖେଳାଳି, ଅଧିକାରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ଉନ୍ନତ ଯାତ୍ରା ସୁବିଧା ମିଳିବ । ସରକାରଙ୍କ ଅନୁସାରେ, ନୂଆ ମେଟ୍ରୋ କରିଡୋର ଅହମଦାବାଦ, ଗାନ୍ଧୀନଗର, ଗିଫ୍ଟ ସିଟି ଏବଂ ଏୟାରପୋର୍ଟ ମଧ୍ୟରେ ଉନ୍ନତ ଯୋଗାଯୋଗ ସ୍ଥାପନ ହୋଇପାରିବ ।
କ୍ୟାବିନେଟ୍ ବୈଠକ ଉପରେ ସୂଚନା ଦେଇ ରେଳମନ୍ତ୍ରୀ କହିଛନ୍ତି, “ଆଜି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଦେଶ ପ୍ରତି ସର୍ବାଧିକ ନିରନ୍ତର ସେବା ପାଇଁ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ଏହି ଅବସରକୁ ପାଳନ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ଏକ ସଂକଳ୍ପ ପାରିତ କରିଛି । ଏହି ସଂକଳ୍ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଦେଶ ପ୍ରତି ନିରନ୍ତର ସେବାର ଏହି ଐତିହାସିକ ମାଇଲଖୁଣ୍ଟ ବିଷୟରେ ଆଲୋଚନା କରାଯାଇଛି ଏବଂ ଅନେକ ପ୍ରତିଶ୍ରୁତି ଓ ସଂକଳ୍ପକୁ ରୂପରେଖା ଦିଆଯାଇଛି । ଜୁନ୍ ୧୦, ୨୦୨୬, ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏକ ଐତିହାସିକ ମୁହୂର୍ତ୍ତ । ଆଜି, ନରେନ୍ଦ୍ର ମୋଦୀ ଦେଶର ସର୍ବାଧିକ ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ଏବଂ ଲଗାତାର ୪,୩୯୯ ଦିନ ପ୍ରଧାନମନ୍ତ୍ରୀ ଭାବରେ ସେବା କରିବାର ରେକର୍ଡ ସ୍ଥାପନ କରିଛନ୍ତି । “