ଆଗାମୀ ୨-୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁବ – ପାଣିପାଗ ବିଭାଗ

ଆଗାମୀ ୨-୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ହେଲେ ଏ ଅପେକ୍ଷା ସାମାନ୍ୟ ଲମ୍ବିପାରେ। ପାଣିପାଗ ବିଭାଗର ତାଜା ପୂର୍ବାନୁମାନ କହୁଛି, ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୪-୫ ଦିନ ସମୟ ଲାଗିପାରେ। ଅର୍ଥାତ୍ ୧୩ ୧୪ ତାରିଖ ବେଳକୁ (ରଜ ସମୟରେ) ଆସିପାରେ ମୌସୁମୀ ।

ପାଣିପାଗ ବିଭାଗ କହିଛି, ମୌସୁମୀ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ଅଛି। ୪-୫ ଦିନ ଭିତରେ ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶର କିଛି ଅଂଶ ସହ ତାମିଲନାଡ଼ୁର ବାକି ଅଂଶ ଏବଂ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଓଡ଼ିଶାର କେତେକ ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବ। ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ପ୍ରକୋପ ରହିପାରେ। ପ୍ରତିଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବାବେଳେ ୧୧ରୁ ବର୍ଷା ବଢ଼ିପାରେ। ୧୧ ଓ ୧୨ରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଆସନ୍ତା ୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ।ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପାଣିପାଗ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଏବେ ତାତି ବିଶେଷ ବଢ଼ିବନି। ୧୨ରୁ ପାଗ ପ୍ରାୟତଃ ବଦଳିପାରେ। କାଳବୈଶାଖୀ ବର୍ଷା ବଢ଼ିପାରେ । ୧୪ରୁ ୧୭ ତାରିଖ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ।

Leave a comment