ଆଫଗାନିସ୍ତାନକୁ ପ୍ରଥମ ଇନିଂସ ଏବଂ ୩୦୦ ରନରେ ହରାଇଲା ଟିମ୍ ଇଣ୍ଡିଆ
ଆଫଗାନିସ୍ତାନକୁ ପ୍ରଥମ ଇନିଂସ ଏବଂ ୩୦୦ ରନରେ ହରାଇଲା ଟିମ୍ ଇଣ୍ଡିଆ । ଫଲୋଅନ୍ ପରେ ଇନିଂସ ପରାଜୟ ଏଡ଼ାଇ ପାରିଲାନି ଆଫଗାନିସ୍ତାନ । ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ରନରେ ଜିତି ଇତିହାସ ରଚିଲା ଟିମ୍ ଇଣ୍ଡିଆ । ମୁଲ୍ଲାନପୁରରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚ ସିରିଜକୁ ଜିତିନେଇଛି ଭାରତ । ଟେଷ୍ଟ ମ୍ୟାଚ ୩ୟ ଦିନରେ ଶେଷ ହୋଇଯାଇଛି । ୨୦୧୮ରେ ଭାରତ ୱେଷ୍ଟଇଣ୍ଡିଜକୁ ରାଜକୋଟରେ ୨୭୨ ରନରେ ହରାଇବାର ରେକର୍ଡ କରିଥିଲା ।
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ପାଳିରେ ୮ ୱିକେଟ ହରାଇ ୫୬୪ ରନ କରି ଇନିଂସ ଘୋଷଣା କରିଥିଲା । ଏହାପରେ ଆଫଗାନିସ୍ତାନ ଟିମ୍ ପ୍ରଥମ ଇନିଂସ ୧୫୨ ରେ ଅଲଆଉଟ ହେବା ପରେ ଫଲୋଅନ ଖେଳିଥିଲା । ପ୍ରଥମ ଇନିଂସ ଅନୁସାରେ ଭାରତ ୪୧୨ ରନରେ ଲିଡ୍ କରୁଥିଲା । ଏହାପରେ ଆଫଗାନିସ୍ତାନ ଦ୍ବିତୀୟ ଇନିଂସରେ ୧୧୨ ରନରେ ଅଲଆଉଟ୍ ହୋଇଯାଇଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଅଧିନାୟକ ଶୁବମନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଓ୍ୱାଶିଂଟନ୍ ସୁନ୍ଦର ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ତିନୋଟି ଏବଂ ମହମ୍ମଦ ସିରାଜ ଓ ମାନବ ସୁଥାର ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।